
ଭୁବନେଶ୍ବର : ୬ଦିନର ବ୍ୟବଧାନ ପରେ ରାଜ୍ୟରେ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ସୁନ୍ଦରଗଡ଼ର ୮୬ବର୍ଷର ବ୍ୟକ୍ତି ଜଣକ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ସୁନ୍ଦରଗଡ଼ରେ କରୋନା ମୃତ୍ୟୁ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି। ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୯୨୦ ଜଣ କରୋନାରେ ପ୍ରାଣ ହରାଇଲେଣି।
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଲଗାତାର ଭାବେ ୨ଶହ ଉପରେ ସ୍ଥିର ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୦ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧାରୁ ସର୍ବାଧିକ ୫୧ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ନୂଆପଡ଼ାରୁ ୨୩, କଟକ ୧୯, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ରୁ ୧୨ ଲେଖାଏଁ, ସମ୍ବଲପୁରରେ ୧୧ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୯୦୪କୁ ବୃଦ୍ଧି ପାଇଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୨୮,୮୨୮ କୋଭିଡ୍ ନମୁନା ପରୀକ୍ଷା କରାଯାଇଛି ଓ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୦.୭୨ ପ୍ରତିଶତ ରହିଛି। ଅପରକ୍ଷରେ ଆଜି ସଂକ୍ରମିତଙ୍କ ତୁଳନାରେ କମ୍ ସଂଖ୍ୟକ ଲୋକ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ୮୯ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଫଳରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୪ହଜାର ୫୭୧କୁ ବୃଦ୍ଧି ପାଇଛି। ମାତ୍ର ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୩୬୦ରେ ପହଞ୍ଚି ଯାଇଛି। ଯାହାକି ସମୁଦାୟ ସଂକ୍ରମିତଙ୍କ ୦.୪୦ ପ୍ରତିଶତ।
The post ଦୈନିକ ସଂକ୍ରମଣ ୨ଶହ ଉପରେ ସ୍ଥିର : ୬ ଦିନ ପରେ ରାଜ୍ୟରେ କୋଭିଡ ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3cuthj2
0 Comments