ଜାତିସଂଘ: ସମ୍ପ୍ରତି ବିଶ୍ବର ବୃହତ୍ତମ ଟିକାକରଣ ଜାରି ରଖିଥିବା ଭାରତ ବର୍ତ୍ତମାନ ସୁଦ୍ଧା ନିଜ ଦେଶବାସୀଙ୍କୁ ଯେତିକି ଟିକା ଦେଇଛି, ତାଠୁ ଯଥେଷ୍ଟ ଅଧିକ ପରିମାଣର କୋଭିଡ୍‌ ଟିକା ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରକୁ ଯୋଗାଇଛି ବୋଲି ଜାତିସଂଘରେ ଭାରତର ଉପ ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ କେ ନାଗରାଜ କହିଛନ୍ତି। ଶୁକ୍ରବାର ଜାତିସଂଘର ଏକ ଅନୌପଚାରିକ ବୈଠକରେ ନାଗରାଜ ଆହୁରି କହିଛନ୍ତି ଯଦିଓ ଏକାଧିକ ଟିକାର ଉପଲବ୍‌ଧି ସହ ୨୦୨୧ ମସିହା କୋଭିଡ୍‌ ବିରୋଧରେ ଲଢ଼େଇ ପାଇଁ ଅଧିକ ପ୍ରସ୍ତୁତ ହୋଇପାରିଛି, ତେବେ ବିଶ୍ବର ପ୍ରତିଟି ସ୍ଥାନକୁ ଏହାର ଯୋଗାଣ, ବଣ୍ଟନ ଓ ପ୍ରଦାନରେ ନିଶ୍ଚିତତା ହୋଇପାରୁନାହିଁ। ବିଶେଷ କରି ଗରିବ ରାଷ୍ଟ୍ରଗୁଡ଼ିକ ପ୍ରତି ବିଶ୍ବସ୍ତରୀୟ ସହଯୋଗ ଓ ଟିକା ମିଳିବାରେ ବାଛବିଚାର ଯୋଗୁଁ ପରିସ୍ଥିତି ତଥାପି ଗମ୍ଭୀର ହୋଇ ରହିଛି। ତେବେ ଏ ଦିଗରେ ଭାରତ ପଥପ୍ରଦର୍ଶକ ରହିବା ପୂର୍ବକ ବିଶ୍ବ ସମୁଦାୟକୁ ନିଜର ସହଯୋଗର ହାତ ବଢ଼ାଇ ୭୦ଟି ଦେଶକୁ କୋଭିଡ୍‌ ଟିକା ଯୋଗାଣ ଜାରି ରଖିଛି।

The post ନିଜ ଟିକାକରଣ ଠାରୁ ଅଧିକ ଟିକା ବିଶ୍ବକୁ ଯୋଗାଇଛି ଭାରତ: କେ ନାଗରାଜ first appeared on Sambad.

from କରୋନା | Sambad https://ift.tt/3fhCsVG