ନୂଆଦିଲ୍ଲୀ: ୨୦୨୨ ଶେଷ ସୁଦ୍ଧା ସମଗ୍ର ଏସିଆକୁ ୧ ବିଲିୟନ୍‌ କରୋନାଭାଇରସ୍‌ ଟିକା ପଠାଇବା ଲାଗି ଅର୍ଥ, ଉତ୍ପାଦନ ଓ ବଣ୍ଟନ ସାମର୍ଥ୍ୟ ସକାଶ ଏକଜୁଟ ହେବାକୁ ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ନେତାମାନେ ଏକମତ ହୋଇଥିବା କଥା ଶୁକ୍ରବାର ଦିନ ଭାରତର ବୈଦେଶିକ ସଚିବ କହିଛନ୍ତି।

ବୈଶ୍ୱିକ ଟିକାକରଣ ସମ୍ପ୍ରସାରଣ ଏବଂ ଦକ୍ଷିଣପୂର୍ବ ଏସିଆ ଓ ସମଗ୍ର ବିଶ୍ୱରେ ଚୀନ୍‌ର ବର୍ଦ୍ଧିଷ୍ଣୁ ଟିକାକରଣ କୂଟନୀତିକୁ ମୁକାବିଲା କରିବା ଲାଗି ‘କ୍ୱାଡ୍‌’ କୁହାଯାଉଥିବା ଏହି ଚାରିଦେଶୀୟ ସଂଗଠନର ଉଦ୍ଦେଶ୍ୟ। ସୂଚନାଯୋଗ୍ୟ, ସମ୍ପ୍ରତି ଭାରତ ହେଉଛି ବିଶ୍ୱର ବୃହତ୍ତମ ଟିକା ନିର୍ମାତା।

ଚତୁର୍ପାକ୍ଷିକ ଭର୍ଚ୍ୟୁଆଲ୍‌ ‘କ୍ୱାଡ୍‌’ ସମ୍ମିଳନୀ ପରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗ୍‌ଲା କହିଛନ୍ତି, ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ମୂଲ୍ୟବାନ କଥା ହେଲା ‘ସହଯୋଗ’।

Image Courtesy of Hindustan Times

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କୋଭିଡ୍‌-୧୯ ଟିକାର ଉତ୍ପାଦନ ଏବଂ ବଣ୍ଟନ ବୃଦ୍ଧି ନିମନ୍ତେ ଚାରି ଦେଶ ସେମାନଙ୍କର ଆର୍ଥିକ ସମ୍ବଳ, ଉତ୍ପାଦନ ସାମର୍ଥ୍ୟ ଓ ପରିବହନ ସାମର୍ଥ୍ୟ ଏକତ୍ର କରିବା ଲାଗି ରାଜି ହୋଇଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ଟିକା ପ୍ରସ୍ତୁତି ନିମନ୍ତେ ଭାରତ ତା’ର ଉତ୍ପାଦନ ଦକ୍ଷତା ଉପଯୋଗ କରିବ। ଅର୍ଥ ଯୋଗାଇବ ଯୁକ୍ତରାଷ୍ଟ୍ର ଆମେରିକାର ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଫାଇନାନ୍‌ସ୍‌ କର୍ପୋରେସନ୍‌’ ଏବଂ ଜାପାନ ବ୍ୟାଙ୍କ୍‌। ତାଲିମ ଓ ଟିକା ପରିବହନ ନିମନ୍ତେ ଅର୍ଥ ଯୋଗାଇବ ଅଷ୍ଟ୍ରେଲିଆ।

କିନ୍ତୁ, ଏଥିଯୋଗୁଁ ଭାରତର ୧.୪ ବିଲିୟନ୍‌ ଜନତାଙ୍କ ପାଇଁ ଆବଶ୍ୟକ କୋଭିଡ୍‌-୧୯ ଟିକା ଉତ୍ପାଦନ ଓ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବନାହିଁ ବୋଲି ଶ୍ରୀଙ୍ଗ୍‌ଲା କହିଛନ୍ତି।

The post ୨୦୨୨ ଶେଷ ସୁଦ୍ଧା ସମଗ୍ର ଏସିଆକୁ ୧ ବିଲିୟନ୍‌ ଟିକା ପଠାଇବା ପାଇଁ ‘କ୍ୱାଡ୍‌’ ଦେଶସମୂହ ଏକମତ first appeared on Sambad.



from କରୋନା – Sambad https://ift.tt/3vkoibW