ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍‌ସ୍‌) କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଲି। କୋଭିଡ୍‌-୧୯ ବିରୋଧରେ ବୈଶ୍ୱିକ ସଂଗ୍ରାମକୁ ସୁଦୃଢ଼ କରିବାରେ ଆମ ଡାକ୍ତର ଓ ବୈଜ୍ଞାନିକମାନେ ଯେଭଳି ଦ୍ରୁତ ବେଗରେ କାର୍ଯ୍ୟ କଲେ ତାହା ଉଲ୍ଲେଖନୀୟ। ଯୋଗ୍ୟ ବିବେଚିତମାନଙ୍କୁ ଟିକା ନେବା ଲାଗି ମୋର ନିବେଦନ। ଚାଲନ୍ତୁ, ସଭିଏଁ ମିଶି ଭାରତକୁ କୋଭିଡ୍‌-୧୯ ମୁକ୍ତ କରିବା!

ଆଜି ପ୍ରଧାନମନ୍ତ୍ରୀ ମୋଦୀ ନେଇଥିବା ଟିକାଟି ହେଉଛି ‘ଭାରତ ବାୟୋଟେକ୍‌’ ଏବଂ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ (ଆଇସିଏମ୍‌ଆର୍‌) ଦ୍ୱାରା ସ୍ୱଦେଶରେ ପ୍ରସ୍ତୁତ ‘କୋଭାକ୍ସିନ୍‌’।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟିକା ଦିଆଯିବା ସହ ଆଜି ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ଏହି ଅଭିଯାନରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନେ ଟିକା ନେବେ। ଏଥିପାଇଁ ଲୋକେ ସୋମବାର ଅର୍ଥାତ୍‌ ଆଜି ସକାଳ ୯ଟାରେ ଖୋଲିବାକୁ ଥିବା ସରକାରଙ୍କ Co-WIN2.0 ପୋର୍ଟାଲ୍‌ରେ (‘କୋ-ଓ୍ଵିନ୍‌୨.୦) ନାମ ପଞ୍ଜିକରଣ କରାଇପାରିବେ।

The post ଦିଲ୍ଲୀର ‘ଏମ୍‌ସ୍‌’ରେ ପ୍ରଥମ ଡୋଜ୍‌ କୋଭିଡ୍‌-୧୯ ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.



from କରୋନା – Sambad https://ift.tt/3sCvePy