
ଚେନ୍ନାଇ: କରୋନାଭାଇରସ୍ ସଂକ୍ରାନ୍ତ ସମସ୍ତ କଟକଣାଗୁଡ଼ିକୁ ତାମିଲନାଡୁ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ସେଥିପାଇଁ ଅଫିସ୍, ଦୋକାନ, ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ପୃଥକ୍ ପୃଥକ୍ ସମୟ ନିର୍ଘଣ୍ଟରେ ଚାଲିବ।
କୋଭିଡ୍-୧୯ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଚଢ଼ାଉ କରିବା ଲାଗି ସରକାରୀ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ସମ୍ପ୍ରତି ‘ମାଇକ୍ରୋ-ଲେଭଲ୍’ରେ ଚିହ୍ନିତ ହେଉଥିବା ‘କଣ୍ଟେନ୍ମେଣ୍ଟ୍ ଜୋନ୍’ଗୁଡ଼ିକରେ ଗୁରୁତ୍ୱର ସହ କଟକଣା ଓ ନିୟମ ପାଳନ କରାଯାଉଛି ବୋଲି ସୁନିଶ୍ଚିତ ହେବାକୁ ପୁଲିସ ଓ ପୌର କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଏହି କଟକଣାଗୁଡ଼ିକ ମଧ୍ୟରେ ରହିଛି ‘ଫେସ୍ ମାସ୍କ୍’ ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ରକ୍ଷା।
ସମସ୍ତ ପ୍ରକାର ଆବଶ୍ୟକ ସତର୍କତା ଅବଲମ୍ବନ କରିବା ନିମନ୍ତେ ରାଜ୍ୟ ସରକାର ୬୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଭିନ୍ନ ଭିନ୍ନ ଶାରୀରିକ ସମସ୍ୟା ଥିବା ବ୍ୟକ୍ତି, ଅନ୍ତଃସତ୍ତ୍ୱା ମହିଳା ଏବଂ ୧୦ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବରରେ କରୋନାଭାଇରସ୍ ମହାମାରୀ ବ୍ୟାପିବାଠାରୁ ଏପର୍ଯ୍ୟନ୍ତ ତାମିଲନାଡୁରେ ୮.୧୫ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮.୩୪ ଲକ୍ଷ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ପ୍ରାୟ ୧୨୦୦୦ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
The post ମାର୍ଚ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କଲା ତାମିଲନାଡୁ first appeared on Sambad.
from କରୋନା – Sambad https://ift.tt/37Ugp2Y
0 Comments