ଭୁବନେଶ୍ବର: ରାଜ୍ୟରୁ ଆଜି ୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ବରଗଡ଼ରୁ ସର୍ବାଧିକ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୯ଜଣ, ମୟୁରଭଞ୍ଜରୁ ୭ଜଣ, ନୂଆପଡ଼ାରୁ ୬ଜଣ, ସମ୍ବଲପୁରରୁ ୬ଜଣ, ବାଲେଶ୍ବରରୁ ୫ଜଣ, ବଲାଙ୍ଗୀରରୁ ୫ଜଣ, ଯାଜପୁରରୁ ୫ଜଣ, ସୁନ୍ଦରଗଡ଼ରୁ ୫ଜଣ, ଝାରସୁଗୁଡ଼ାରୁ ୩ଜଣ, ପୁରୀରୁ ୩ଜଣ, ଢ଼େଙ୍କାନାଳରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସୁବର୍ଣ୍ଣପୁରରୁ ୨ଜଣ, ଅନୁଗୁଳରୁ ଜଣେ, କଟକରୁ ଜଣେ, କଳାହାଣ୍ଡିରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୪୨୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରୁ ସୁସ୍ଥ ହେଲେ ୭୭ଜଣ କରୋନା ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/3aJ6HlJ