
ନୂଆଦିଲ୍ଲୀ : ବ୍ରିଟେନ୍ରୁ ଫେରିଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ସତ୍ତ୍ବେ ସେମାନଙ୍କୁ ୭ ଦିନ ପାଇଁ ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ବାରାଣ୍ଟିନ୍ରେ ରଖାଯାଇଛି। ଏହାକୁ ବିରୋଧ କରି ଉକ୍ତ ପରିବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କୋର୍ଟ ମଧ୍ୟ ଏହି ଆବେଦନ ଆଧାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ବିଦେଶ ବ୍ୟାପାର ମନ୍ତ୍ରାଳୟକୁ ନୋଟିସ୍ କରିଛନ୍ତି। ଉକ୍ତ ପରିବାରର ଓକିଲ ଗଣେଶ ଚାନ୍ଦ ଶର୍ମା କହିଛନ୍ତି, ସମସ୍ତ ସଦସ୍ୟ ଫେବ୍ରୁଆରି ୨୦ରେ ବ୍ରିଟେନ୍ରୁ ଫେରିବା ପରେ କରୋନା ଟେଷ୍ଟ୍ କରିଥିଲେ। ଉକ୍ତ ପରିବାର ବ୍ରିଟେନ୍ ଛାଡ଼ିବା ସମୟରେ ମଧ୍ୟ କରୋନା ଟେଷ୍ଟ୍ କରିଥିଲେ। ସେମାନଙ୍କୁ ‘ଫିଟ୍ ଟୁ ଫ୍ଲାଏ’ ସାର୍ଟିଫିକେଟ୍ ମିଳିଥିଲା। କୋଭିଡ୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିବା ସତ୍ତ୍ବେ ସେମାନଙ୍କୁ ହୋମ୍ କ୍ବାରାଣ୍ଟିନ୍ରେ ରଖିବା ପରିବର୍ତ୍ତେ ଏକ ପଞ୍ଚ ତାରକା ହୋଟେଲ୍ରେ କ୍ବାରାଣ୍ଟିନ୍ରେ ରଖାଯାଇଛି। ଏହାର ସମସ୍ତ ଖର୍ଚ୍ଚ ସେମାନେ ନିଜେ ବହନ କରୁଛନ୍ତି। ଉକ୍ତ ପରିବାର ସଦସ୍ୟ ଏବେ ସରକାରଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି।
The post ନେଗେଟିଭ୍ ସତ୍ତ୍ବେ କ୍ବାରାଣ୍ଟିନ୍ ପାଇଁ ବାଧ୍ୟ କରାଯାଉଛି, ୨ ମନ୍ତ୍ରାଳୟକୁ ହାଇକୋର୍ଟଙ୍କ ନୋଟିସ୍ first appeared on Sambad.
from କରୋନା – Sambad https://ift.tt/3qOr1rf
0 Comments