ନୂଆଦିଲ୍ଲୀ: କରୋନା ସଂକ୍ରମିତ ହୋଇଥିବା ୫୦ ପ୍ରତିଶତ ରୋଗୀ ସୁସ୍ଥ ହେବାର ୬ ମାସ ପରେ ବି ସେମାନଙ୍କଠାରେ କରୋନା ଲକ୍ଷଣ ରହିଛି ଏବଂ ସେମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଛି ବୋଲି ନିକଟରେ ହୋ‌ଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅଧ୍ୟୟନରେ ସାମିଲ ୬୩ ପ୍ରତିଶତ ରୋଗୀ କହିଛନ୍ତି, ସୁସ୍ଥ ହେବାପରେ ବି ସେମାନଙ୍କ ମାଂସପେଶୀରେ ଯନ୍ତ୍ରଣା ହେଉଛି ଏବଂ ସେମାନେ ବିଷାଦରେ ରହିବା ସହ ନିଦ୍ରାହୀନତା ସମସ୍ୟା ଭୋଗୁଛନ୍ତି। ୨୦୨୦ ଏପ୍ରିଲ୍‌ରୁ ଅକ୍ଟୋବରରେ କରୋନା ସଂକ୍ରମିତ ହୋଇଥିବା ୧୦୩ ଜଣ ଏହି ଅଧ୍ୟୟନରେ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତଙ୍କଠାରେ କରୋନାର ଗୋଟିଏ ଲକ୍ଷଣ ଅନେକ ଦିନ ଧରି ରହୁଛି। ଏହି ଲକ୍ଷଣଟି ହେଉଛି କ୍ଳାନ୍ତପଣ। ୨୨ ପ୍ରତିଶତ ଲୋକ କହିଛନ୍ତି, ସୁସ୍ଥ ହେବାପରେ ମଧ୍ୟ ଅନେକ ମାସ ଧରି ସେମାନେ ଦୁର୍ବଳ ଅନୁଭବ କରୁଛନ୍ତି। ୧୫ ପ୍ରତିଶତ ଲୋକଙ୍କ ସ୍ବାଦ ଏବଂ ଘ୍ରାଣଶକ୍ତିରେ ପରିବର୍ତ୍ତନ ଆସୁଛି। ୮ ପ୍ରତିଶତ ଲୋକଙ୍କ ଶ୍ବାସକ୍ରିୟାରେ କ‌ଷ୍ଟ ଅନୁଭବ କରୁଛନ୍ତି।

The post ସୁସ୍ଥ ହେବାର ୬ ମାସ ପରେ ବି ୫୦% ରୋଗୀଙ୍କଠାରେ ସଂକ୍ରମଣର ଲକ୍ଷଣ first appeared on Sambad.



from କରୋନା – Sambad https://ift.tt/3uhJUoK