ନୂଆଦିଲ୍ଲୀ : ଦୀର୍ଘ ଆଠ ମାସ ପରେ ଦେଶରେ ମୋଟ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ତଳକୁ ଖସିଆସିଛି। ଗତ ସେପ୍ଟେମ୍ବର ୧୦ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୯୫,୭୩୫ ପରି ଶୀର୍ଷ ଛୁଇଁଥିବା ବେଳେ ଗତ ସୋମବାର ସନ୍ଧ୍ୟା ସୁଦ୍ଧା ୨୪ ଘଣ୍ଟା ଭିତରେ ସର୍ବନିମ୍ନ ୮,୬୩୫ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୬୬,୨୪୫ରେ ପହଞ୍ଚିଛି। ସେହିପରି ଏହି ସମୟ ଭିତରେ ୯୪ ଜଣ ମୃତକଙ୍କୁ ମିଶାଇ ମହାମାରୀ ମୋଟ ୧,୫୪,୪୮୬ ଜଣଙ୍କର ଜୀବନ ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି।

The post ଦେଶରେ ସର୍ବନିମ୍ନ ଦୈନିକ କୋଭିଡ୍‌ ସଂକ୍ରମଣ first appeared on Sambad.



from କରୋନା – Sambad https://ift.tt/2MtcYbR