ଭୁବନେଶ୍ବର: ଆସନ୍ତା ୬ ତାରିଖ ଠାରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳ, ସିଡିଏମ୍ଓ, କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାର ହସ୍ପିଟାଲଙ୍କୁ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଚିଠିରେ ନିର୍ଦ୍ଦେଶ ଦର୍ଶାଯାଇଛି ଯେ, ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ପାଇଁ ଚୟନ କରାଯାଉ।
କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସ୍ବାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଟିକା ଯେମିତି ଅପଚୟ ନହୁଏ, ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରାମର୍ଶ ରହିଛି। ସରକାର ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି।
The post ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ first appeared on Sambad.
from କରୋନା – Sambad https://ift.tt/3rckxT2
0 Comments