
ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ନୂଆ ନୂଆ ପ୍ରଜାତିର ରୂପାନ୍ତରିତ କରୋନା ଭୂତାଣୁର ଆବିର୍ଭାବ ପରିପ୍ରେକ୍ଷୀରେ ଗୋଷ୍ଠୀ ରୋଗପ୍ରତିରୋଧକତା ହାସଲ କଷ୍ଟକର ହୋଇପଡ଼ିବ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଆଶଙ୍କା ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ କୌଣସି ପୀଡ଼ିତ କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିଥିଲେ ବି ନୂତନ ପ୍ରଜାତି କରୋନା ଭୂତାଣୁ ଦ୍ବାରା ପୁଣି ଥରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଫଳରେ ସମୟାନୁକ୍ରମେ ସ୍ବାଭାବିକ ପ୍ରକ୍ରିୟାରେ ଗୋଷ୍ଠୀ ପ୍ରତିରୋଧକତା ଦ୍ବାରା କୋଭିଡ୍ ସଂକ୍ରମଣ ଆପେ କମିବାର ସମ୍ଭାବନା ଖୁବ୍ କମ୍ ବୋଲି ଡା. ଗୁଲେରିଆ କହିଛନ୍ତି। ସୂଚନା ଥାଉ କି, ସର୍ବସାଧାରଣରେ ଗୋଷ୍ଠୀ ରୋଗପ୍ରତିରୋଧକତା ଆହରଣ ହୋଇଗଲେ ଆଉ କୋଭିଡ୍-୧୯ ବିଭୀଷିକାକୁ ଡର ରହିବନି ବୋଲି ପୂର୍ବରୁ ଭୂତାଣୁ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଥିଲେ।
ସାଧାରଣତଃ ସ୍ବାଭାବିକ ପ୍ରାକୃତିକ ପ୍ରକ୍ରିୟାରେ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ୫୦ରୁ ୮୦ ପ୍ରତିଶତ ଜନସାଧାରଣ ସେଥିରୁ ସୁସ୍ଥ ହୋଇପାରିଲେ, ଅର୍ଥାତ୍ ଆଣ୍ଟିବଡି ବିକଶିତ କରିପାରିଲେ ହିଁ ଏପରି ଗୋଷ୍ଠୀ ରୋଗପ୍ରତିରୋଧକତା ଆସିପାରିବ ବୋଲି ବିଶେଷଜ୍ଞମାନେ ଆଶା ରଖିଥିଲେ। ମାତ୍ର ୟୁକେ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ପରି ଦେଶରେ ନୂତନ ପ୍ରଜାତିର ଅଧିକ ସଂକ୍ରମଣଶୀଳ ରୂପାନ୍ତରିତ କରୋନାଭୂତାଣୁ ଦେଖାଦେବା ସହ ଭାରତରେ ମଧ୍ୟ ଏହି ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଥିବା ପାଖାପାଖି ୭,୦୦୦ ଲୋକଙ୍କୁ ଚିହ୍ନଟ କରା ସରିଛି। ସୁତରାଂ ଥରେ ସୁସ୍ଥ ହୋଇଗଲେ ଯେ ଆଉ ସଂକ୍ରମଣ ହେବନାହିଁ ବୋଲି କୌଣସି ନିଶ୍ଚିତତା ନାହିଁ ବୋଲି ଡା. ଗୁଲେରିଆ କହିଛନ୍ତି।
The post ଗୋଷ୍ଠୀ ରୋଗପ୍ରତିରୋଧକତା ହାସଲ କରିବା କଷ୍ଟକର: ଏମ୍ସ ନିର୍ଦ୍ଦେଶକ first appeared on Sambad.
from କରୋନା – Sambad https://ift.tt/3shseb5
0 Comments