
ମୁମ୍ବାଇ: ଆଇଆଇଟି(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ମୁମ୍ବାଇର ବୈଜ୍ଞାନିକମାନେ କରୋନା ଭୂତାଣୁ ସହିତ ଜଡିତ ଏକ ପ୍ରମୁଖ ରହସ୍ୟ ସମାଧାନ କରିବାରେ ସଫଳ ହୋଇଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି ଯେ କେଉଁ ପୃଷ୍ଠରେ କରୋନା ଭୂତାଣୁ ଅଧିକ ଦିନ ବଞ୍ଚନ୍ତି ଏବଂ କେଉଁ ପୃଷ୍ଠରେ କମ ସମୟ ପାଇଁ ବଞ୍ଚନ୍ତି । କେବଳ ଏତିକି ନୁହେଁ, କରୋନା ଭୂତାଣୁ କୌଣସି ପୃଷ୍ଠରେ ଜୀବନ୍ତ ହେବାର କାରଣ ବାବଦରେ ମଧ୍ୟ ତଥ୍ୟ ଦେଇଛନ୍ତି | ଆଇଆଇଟି ମୁମ୍ବାଇର ପ୍ରଫେସର ରଜନୀଶ ଭରଦ୍ୱାଜ କହିଛନ୍ତି ଯେ ଯେଉଁ ପୃଷ୍ଠରେ ଛିଦ୍ର ରହିଥାଏ, ଅର୍ଥାତ କାଗଜ ଓ କପଡାରେ ଭୂତାଣୁ କମ ସମୟ ପାଇଁ ଜୀବନ୍ତ ରହିଥାଏ |
ଏହି ପୃଷ୍ଠରେ ଭୂତାଣୁ କିଛି ଘଣ୍ଟା ପର୍ଯ୍ୟନ୍ତ ହିଁ ଜୀବନ୍ତ ରହିପାରେ | ସେହିପରି ଗ୍ଲାସ, ଷ୍ଟେନଲେସ ଷ୍ଟିଲ ଏବଂ ପ୍ଲାଷ୍ଟିକରେ ଯଥାକ୍ରମେ ଚାରି, ସାତ ଏବଂ ସାତ ଦିନ ପର୍ଯ୍ୟନ୍ତ ଜୀବନ୍ତ ରୁହନ୍ତି | ରଜନୀଶ ଭରଦ୍ୱାଜ କହିଛନ୍ତି ଯେ କାଗଜ ଓ କପଡ଼ାରେ ଜଳୀୟ ବୁନ୍ଦା ଶୀଘ୍ର ଶୁଖିଯାଏ, କିନ୍ତୁ କପଡ଼ାରେ ଏକ ପତଳା ଜଳ ସ୍ତର ରହିଥାଏ | ଯାହାକି ଶୀଘ୍ର ଶୁଖିନଥାଏ | ଏହା ଭୂତାଣୁକୁ ବଞ୍ଚିବାରେ ସାହାଯ୍ୟ କରିଥାଏ | ତେଣୁ କପଡ଼ାରେ ଭୂତାଣୁ ଦୁଇ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ |
ଆଇଆଇଟି ମୁମ୍ବାଇର ପ୍ରଫେସର ରଜନୀଶ ଭରଦ୍ୱାଜ କହିଛନ୍ତି ଯେ ଗ୍ଲାସ୍, ଲାମିନେଟ୍ କାଠକୁ କପଡା କିମ୍ବା କାଗଜରେ ଘୋଡାଇବା ଦ୍ୱାରା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା କମିଯାଏ। ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ଯେହେତୁ ବିଦ୍ୟାଳୟରେ ଖାତା ଏବଂ ବ୍ୟାଙ୍କରେ ମୁଦ୍ରା ବିନିମୟ ହେଉଛି, ଏପରି ପରିସ୍ଥିତିରେ, ଏଠାରେ ମଧ୍ୟ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଏକ ନୀତି ପ୍ରସ୍ତୁତ କରାଯାଇପାରିବ |
The post କପଡା ଓ କାଗଜ ଉପରେ କମ ସମୟ ପାଇଁ ଜୀବନ୍ତ ରୁହନ୍ତି କରୋନା ଭାଇରସ: ଆଇଆଇଟି ବିଶେଷଜ୍ଞ first appeared on Sambad.
from କରୋନା – Sambad https://ift.tt/3pgYY2k
0 Comments