
ନୂଆଦିଲ୍ଲୀ : ଭାରତ ଦୁଇଟି କୋଭିଡ୍ ଟିକାକୁ ଜରୁରୀ ବ୍ୟବହାର ପାଇଁ ମଂଜୁରି ଦେବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଖୁସି ଜାହିର କରିଛି। ଭାରତର ଏହି ପଦକ୍ଷେପ ବିଶ୍ବବ୍ୟାପୀ କରୋନା ବିରୋଧରେ ଲଢ଼େଇକୁ ମଜଭୁତ କରିବ ବୋଲି ହୁ କହିଛି। ଉଭୟ ଅକ୍ସଫୋର୍ଡ ଟିକା ଏବଂ ଭାରତର ନିଜସ୍ବ ଟିକା କୋଭାକ୍ସିନକୁ ମଂଜୁରି ଦିଆଯିବା ଦ୍ବାରା ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ‘ହୁ’ କହିଛି।
The post କୋଭିଡ୍ ଟିକା ନେଇ ଭାରତର ନିଷ୍ପତ୍ତି ପ୍ରଶଂସନୀୟ: ହୁ first appeared on Sambad.
from କରୋନା – Sambad https://ift.tt/3obJoW0
0 Comments