ଭୁବନେଶ୍ବର: ଆଜି ରାଜ୍ୟରୁ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆହୁରି ୧୨୨୪ଟି ମାମଲା ସକ୍ରିୟ ରହିଛି। ଚିହ୍ନଟ ହୋଇଥିବା  ୭୦ଜଣଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୪୨ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୮ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ଆଜି ଅନୁଗୁଳରୁ ୩ ଜଣ, ବାଲେଶ୍ବରରୁ ୪ଜଣ, ବରଗଡ଼ରୁ ୨ଜଣ, ବଲାଙ୍ଗୀରରୁ ଜଣେ, କଟକରୁ ୪ଜଣ, ଦେବଗଡ଼ରୁ ୨ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୫ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୪ଜଣ, ଖୋର୍ଧାରୁ ଜଣେ, କୋରାପୁଟରୁ ଜଣେ, ମାଲକାନଗିରିରୁ ଜଣେ ଓ ମୟୁରଭଞ୍ଜରୁ ୩ଜଣ, ନୂଆପଡ଼ାରୁ ୧୧ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ପୁରୀରୁ ୮ଜଣ, ସମ୍ବଲପୁରରୁ ୭ଜଣ, ସୁନ୍ଦରଗଡ଼ରୁ ୯ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏଯାବତ ରାଜ୍ୟରୁ ୩୩୪୮୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୩୩୧୬୬୭ରେ ପହଞ୍ଚିଛି। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିକମି ଆସିବା ଏକ ଖୁସି ଖବର ବୋଲି କୁହାଯାଉଛି।

The post ରାଜ୍ୟରୁ ଆଜି ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୧୨୨୪ ରହିଛି first appeared on Sambad.



from କରୋନା – Sambad https://ift.tt/3t93DGA