ରାଜ୍ୟରୁ ଆଜି ସୁସ୍ଥ ହେଲେ ୧୫୭ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୧୫୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ସୁନ୍ଦରଗଡ଼ରୁ ସର୍ବାଧିକ ୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୨୩ଜଣ,ସମ୍ବଲପୁରରୁ ୨୩ଜଣ,ବାଲେଶ୍ବରରୁ ୧୨ଜଣ, ଅନୁଗୁଳରୁ ୯ଜଣ, ‌ଖୋର୍ଧାରୁ ୯ଜଣ, ବରଗଡ଼ରୁ ୭ଜଣ, ଜଗତସିଂହପୁରରୁ ୬ଜଣ, କଟକରୁ ୫ଜଣ, ଯାଜପୁରରୁ ୫ଜଣ, ଝାରସୁଗୁଡ଼ାରୁ ୪ଜଣ, ବଲାଙ୍ଗୀରରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଗଜପତିରୁ ୩ଜଣ, ନୂଆପଡ଼ାରୁ ୩ଜଣ, ଗଞ୍ଜାମରୁ ୨ଜଣ, କେନ୍ଦୁଝରରୁ ୨ଜଣ, କୋରାପୁଟରୁ ୨ଜଣ, ମୟୂରଭଞ୍ଜରୁ ୨ଜଣ, ଭଦ୍ରକରୁ ଜଣେ, ବୌଦ୍ଧରୁ ଜଣେ, ଦେବଗଡ଼ରୁ ଜଣେ, କନ୍ଧମାଳରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ୩୩୧୮୨୪ଜଣ କରୋନା ଆକ୍ରାନ୍ତ ଏଯାବତ ରାଜ୍ୟରୁ ଆରୋଗ୍ୟ ହୋଇଛନ୍ତି।

The post ରାଜ୍ୟରୁ ଆଜି ସୁସ୍ଥ ହେଲେ ୧୫୭ଜଣ କରୋନା ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/2NMOY3P

Post a Comment

0 Comments