
ଭୁବନେଶ୍ବର: କେତେକ ଜିଲ୍ଲାରେ ଟିକାକରଣର ହାର ଖୁବ୍ କମ୍ ରହିଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ରାଜ୍ୟର ସବୁ ଜିଲ୍ଲାପାଳ ଏବଂ ପୌର କମିସନରମାନେ ଅବଗତ ଅଛନ୍ତି ଯେ ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରଥମ ଡୋଜ୍ ଟିକାକରଣ ଫେବ୍ରୁଆରି ୧୦ ତାରିଖରେ ବନ୍ଦ ହେବ। କିନ୍ତୁ ଗତ ସପ୍ତାହରେ କେତେକ ଜିଲ୍ଲାରେ ଟିକାକରଣର ପ୍ରତିଶତ ହାର ଖୁବ୍ କମ୍ ରହିଛି।
ଏଣୁ ସମସ୍ତ ଜିଲ୍ଲାପାଳ ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ଲାଗି ପଦକ୍ଷେପ ନେବାକୁ କୁହାଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ ସମସ୍ତଙ୍କୁ ସଠିକ ବାର୍ତ୍ତା ଦିଆଯିବା ଉଚିତ ଯେ ଯେଉଁମାନେ ନିର୍ଦ୍ଦିଷ୍ଟ ତାରିଖରେ ଡକାଗଲେ ବି ଟିକାକରଣ ପାଇଁ ଆସନ୍ତି ନାହିଁ, ସେମାନେ ସରକାରଙ୍କଠାରୁ ମାଗଣା ଟିକାକରଣ କରିବାର ସୁଯୋଗକୁ ହାତଛଡ଼ା କରିବେ।
ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲାରେ ୪୨%, ଖୋର୍ଦ୍ଧା ଜିଲ୍ଲାରେ ୬୧%, ଯାଜପୁର ଜିଲ୍ଲାରେ ୬୨%, ଜଗତସିଂହପୁର ଜିଲ୍ଲାରେ ୬୬%, ନୟାଗଡ଼ ଜିଲ୍ଲାରେ ୬୭%, ଭୁବନେଶ୍ବର ମହାନଗର ନିଗମରେ ୭୬%, କଟକ ଜିଲ୍ଲାରେ ୭୬%, ସମ୍ବଲପୁର ଜିଲ୍ଲାରେ ୭୭% ଓ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୭୮% ଟିକାକରଣର ଲକ୍ଷ୍ୟ ହାସଲ ହୋଇଛି।
The post ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶ first appeared on Sambad.
from କରୋନା – Sambad https://ift.tt/3purn5H
0 Comments