
ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ କରୋନା ମହାମାରୀ ସ୍ଥିତି ନିୟନ୍ତ୍ରଣ ହେବାରେ ଲାଗିଛି। ଆଜି କୋଭିଡ୍ ଆକ୍ରାନ୍ତ ୨୪୪ ଜଣ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ସୁସ୍ଥ ରୋଗୀଙ୍କ ଭିତରେ ୩୬ ଜଣ ସୁନ୍ଦରଗଡ଼ର ଥିବାବେଳେ ଖୋର୍ଦ୍ଧା ୩୩, କଟକ ୨୧, ଅନୁଗୁଳ ୨୧, ସମ୍ବଲପୁର ୧୯, ବରଗଡ଼ ୧୮, ବଲାଙ୍ଗୀର ୧୬, ମୟୂରଭଞ୍ଜ ୧୬, ଯାଜପୁର ୧୧, ବାଲେଶ୍ବର ୧୦, କେନ୍ଦ୍ରାପଡ଼ାରୁ ୧୦ ଜଣ ରୋଗୀ ସାମିଲ ଅଛନ୍ତି। ସେହିପରି ନୂଆପଡ଼ାରୁ ୯ ଜଣ, ଝାରସୁଗୁଡ଼ା ୩, କଳାହାଣ୍ଡି ୩, ଭଦ୍ରକ ୨, ଜଗତସିଂହପୁର ୨, ନବରଙ୍ଗପୁର ୨, କେନ୍ଦୁଝର ୧, ନୟାଗଡ଼ ୧, ପୁରୀ ୧ ଓ ରାଜ୍ୟର ଅନ୍ୟ ଅଞ୍ଚଳରୁ ୯ ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍-୧୯ ପାଇଁ ଗଠିତ ବିଶେଷଜ୍ଞ କମିଟି କୋଭାକ୍ସିନ୍କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରିଥିବାରୁ ଭାରତ ବାୟୋଟେକ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାରା ଦେଶରେ ଟିକାକରଣ ଉଦ୍ୟମକୁ ଏହା ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
The post ସୁସ୍ଥ ହୋଇ ଘରକୁ ଫେରିଲେ ୨୪୪ ଜଣ first appeared on Sambad.
from କରୋନା – Sambad https://ift.tt/387ZlH0
0 Comments