
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୭୭ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧.୦୩ କୋଟିରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮, ୧୭୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୧୭ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪.୭% କମ୍ ରହିଛି। ଏବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୦, ୩୨୩, ୯୬୫।
ଗତ ୨୪ ଘଣ୍ଟାର ମୃତ୍ୟୁସଂଖ୍ୟାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୪୯,୪୩୫ରେ ପହଞ୍ଚିଛି। ଏହାକୁ ମିଶାଇ ଏବେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁହାର ୧.୪୫% ରହିଛି।
ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୦, ୯୨୩ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୯, ୨୭, ୩୧୦। ଏହା ଦେଶର ସମୁଦାୟ ସୁସ୍ଥତାସଂଖ୍ୟାର ୯୬.୧୬%।
ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୪୭,୨୨୪। ଏହା ହେଉଛି ଦେଶର ସମୁଦାୟ ଆକ୍ରାନ୍ତଙ୍କର ୨.୩୯%।
‘ଆଇସିଏମ୍ଆର୍’ ତଥ୍ୟ ଅନୁସାରେ, ଜାନୁଆରି ୨ ତାରିଖଯାଏଁ ଦେଶରେ ସମୁଦାୟ ୧୭,୪୮,୯୯,୭୮୩ଟି କୋଭିଡ୍-୧୯ ନମୁନା ପରୀକ୍ଷା କରାଯାଇଛି। ଶନିବାର ଦିନ ପରୀକ୍ଷା କରାଯାଇଥିବା ନମୁନାସଂଖ୍ୟା ହେଉଛି ୯,୫୮,୧୨୫।
The post ଦେଶରେ ୧୮,୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ସହ ୧.୦୩ କୋଟିରେ ପହଞ୍ଚିଲା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.
from କରୋନା – Sambad https://ift.tt/3o4oqs1
0 Comments