
ନୂଆଦିଲ୍ଲୀ: କରୋନାଭାଇରସ୍ ଟିକାକରଣ ଅଭିଯାନ ଆରମ୍ଭ ହେବାର ମାତ୍ର ୧୩ ଦିନ ମଧ୍ୟରେ ୩ ନିୟୁତ ବ୍ୟକ୍ତିଙ୍କୁ ଟିକା ଦେଇ (୩୦ ଲକ୍ଷ) ଭାରତ ଦ୍ରୁତ ବେଗରେ ବିଶ୍ୱର ଅଗ୍ରଣୀ ଦେଶ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।
୩୦ ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ୧୮ ଦିନ, ଇସ୍ରାଏଲ୍ ୩୩ ଦିନ ଏବଂ ଇଂଲଣ୍ଡ୍ ୩୬ ଦିନ ସମୟ ନେଇଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟାବଳୀରୁ ଜଣାପଡ଼ିଛି।
ଉପରୋକ୍ତ ଦେଶମାନଙ୍କ ଠାରୁ ବହୁ ପଛରେ ଭାରତ ଟିକାକରଣ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଟିକାଦାନ ହାର ଦ୍ରୁତ ବେଗରେ ବୃଦ୍ଧି ପାଇଛି। ଏହାର କାରଣ ହେଲା, ହିତାଧିକାରୀଙ୍କୁ ଅବାଧରେ ପରିଚାଳନା କରିବା ଏବଂ ଟିକା ନେବା ଲାଗି ହିତାଧିକାରୀମାନେ କୁଣ୍ଠାବୋଧ ନ କରିବା। ଜାନୁଆରି ୧୬ ତାରିଖ ଦିନ ଟିକାକରଣ ଆରମ୍ଭ ହେବା ଦିନ ହିଁ ୨ ଲକ୍ଷ ଲୋକ ଟିକା ନେଇଥିଲେ। ପରେ ତାହା ଦୈନିକ ୫ ଲକ୍ଷକୁ ବୃଦ୍ଧି ପାଇଥିଲା।
ଭାରତରେ ଚାଲିଥିବା ଟିକାକରଣ ଅଭିଯାନରେ ଦୁଇ ଲକ୍ଷରୁ ଅଧିକ ଟିକା ନେଇଥିବା ହିତାଧିକାରୀ ରାଜ୍ୟମାନେ ହେଉଛନ୍ତି କର୍ଣ୍ଣାଟକ (୨,୮୬,୦୮୯), ମହାରାଷ୍ଟ୍ର (୨,୨୦,୫୮୭), ରାଜସ୍ଥାନ (୨,୫୭,୮୩୩) ଓ ଉତ୍ତର ପ୍ରଦେଶ (୨,୯୪,୯୫୯)।
ଦ୍ରୁତ ବେଗରେ ୧ ନିୟୁତ ଏବଂ ୨ ନିୟୁତ ଟିକା ଦାନ କ୍ଷେତ୍ରରେ ମଧ୍ୟ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ଅଗ୍ରଣୀ ଥିବା କଥା ମନ୍ତ୍ରାଳୟ ତଥ୍ୟାବଳୀରେ ଉଲ୍ଲେଖ ଅଛି।
The post ଟିକାକରଣ ଅଭିଯାନରେ ମାତ୍ର ୧୩ ଦିନରେ ୩ ନିୟୁତ ଟିକା ଦେଇ ଭାରତ ବିଶ୍ୱରେ ଅଗ୍ରଣୀ first appeared on Sambad.
from କରୋନା – Sambad https://ift.tt/3ahZuHH
0 Comments