ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୩,୦୮୩ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ସମୁଦାୟ ସଂକ୍ରମଣସଂଖ୍ୟା ୧୦.୭୩ ନିୟୁତ ଟପିଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୦୮୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୩୭ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୭,୩୩,୧୩୧ରେ ପହଞ୍ଚିଛି।

Image Courtesy of France24

ଗତ ୨୪ ଘଣ୍ଟାରେ ୧୩୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୪,୧୪୭ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୪, ୮୦୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୪,୦୯,୧୬୦।

ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧,୭୧,୬୮୬ରେ ପହଞ୍ଚିଛି। କ୍ରମାଗତ ୧୧ଶ ଦିନ ଲାଗି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ତଳେ ରହିଛି।

ସେହିଭଳି, ଜାନୁଆରି ୨୯ ସୁଦ୍ଧା ଦେଶରେ ସମୁଦାୟ ୩୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍‌-୧୯ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜାନୁଆରି ୨୯ ସୁଦ୍ଧା ସମୁଦାୟ ୧୯,୫୮,୩୭,୪୦୮ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୭,୫୬,୩୨୯ଟି ନମୁନା।

ସୂଚନାଯୋଗ୍ୟ, ଭାରତରେ କୋଭିଡ୍‌-୧୯ର ପ୍ରଥମ ମାମଲା ଚିହ୍ନଟ ହେବାର ବର୍ଷକ ପରେ ସମ୍ପ୍ରତି ଏହି ମାରାତ୍ମକ ସଂକ୍ରମଣଜନିତ ମୃତ୍ୟୁ କ୍ଷେତ୍ରରେ ବିଶ୍ୱର ୪ର୍ଥ ସ୍ଥାନକୁ ଖସି ଆସିଛି ଭାରତ।

The post ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୦୮୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ୧୦.୭୩ ଟପିଲା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/39wYnFe