
ନୂଆଦିଲ୍ଲୀ : ଦେଶରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ସହ ମୋଟ ମାମଲା ୧ କୋଟି ୩ ଲକ୍ଷ ଅତିକ୍ରମ କରିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮, ୧୭୭ ନୂତନ ସଂକ୍ରମଣ ଓ ୨୧୭ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪.୭% କମ୍ ରହିଛି। ଏବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧, ୦୩, ୨୩, ୯୬୫।
ବିଗତ ଗତ ୨୪ ଘଣ୍ଟାର ମୃତ୍ୟୁସଂଖ୍ୟାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୪୯,୪୩୫ରେ ପହଞ୍ଚିଛି। ଏହାକୁ ମିଶାଇ ଏବେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁହାର ୧.୪୫% ରହିଛି। ବିଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୦, ୯୨୩ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥ ସଂଖ୍ୟା ହେଉଛି ୯୯, ୨୭, ୩୧୦। ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୭,୨୨୪ ରହିଛି। ଏହା ହେଉଛି ଦେଶର ସମୁଦାୟ ଆକ୍ରାନ୍ତଙ୍କର ୨.୩୯%। ‘ଆଇସିଏମ୍ଆର୍’ ତଥ୍ୟ ଅନୁସାରେ, ଜାନୁଆରି ୨ ତାରିଖଯାଏଁ ଦେଶରେ ସମୁଦାୟ ୧୭,୪୮,୯୯,୭୮୩ଟି କୋଭିଡ୍-୧୯ ନମୁନା ପରୀକ୍ଷା କରାଯାଇଛି। ଶନିବାର ଦିନ ପରୀକ୍ଷା କରାଯାଇଥିବା ନମୁନା ସଂଖ୍ୟା ହେଉଛି ୯,୫୮,୧୨୫।
The post ସଂକ୍ରମଣ କମୁଛି, ମୃତ୍ୟୁହାର ୧.୪୫%, ଦେଶରେ ମୋଟ୍ କରୋନା ମାମଲା ୧ କୋଟି ୩ ଲକ୍ଷ ଟପିଲା first appeared on Sambad.
from କରୋନା – Sambad https://ift.tt/3hCNKD9
0 Comments