
ଊହାନ୍: ଶୁକ୍ରବାର ଦିନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ଏକ ଟିମ୍ ପ୍ରାୟ ବର୍ଷେ ତଳେ ପ୍ରଥମେ କୋଭିଡ୍-୧୯ ରୋଗୀମାନଙ୍କୁ ଚିକିତ୍ସିତ କରାଯାଇଥିଲା ବୋଲି ଚୀନ୍ କହୁଥିବା ଏକ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। କରୋନାଭାଇରସ୍ର ଉତ୍ପତ୍ତି ତଲାସ ଅଭିଯାନରେ ବାହାରିଥିବା ବିଶେଷଜ୍ଞମାନଙ୍କୁ ଏଥିପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା।
ଆଗାମୀ ଦିନମାନଙ୍କରେ କେନ୍ଦ୍ରୀୟ ସହର ଊହାନ୍ ଭିତରେ ଏବଂ ବାହାରେ ଥିବା କ୍ଷେତ୍ର ପରିଦର୍ଶନରେ ଯିବା ଆଗରୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଦଳର ସଦସ୍ୟମାନେ ଏକ ହୋଟେଲ୍ରେ ଚୀନ୍ ଅଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ବୈଠକ କରିଥିଲେ।
ଟୁଇଟ୍ କରି ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଲେଖିଛି: ସମସ୍ତ ପରିକଳ୍ପନା ଉପସ୍ଥାପିତ ହୋଇଥିଲେ ମଧ୍ୟ କୋଭିଡ୍-୧୯ ଭୂତାଣୁ ଉତ୍ପତ୍ତି ସଂକ୍ରାନ୍ତରେ ବୁଝିବାକୁ ବିଶେଷଜ୍ଞ ଦଳ ବିଜ୍ଞାନକୁ ଆଧାର କରିଛନ୍ତି।
ଏହି ଭୂତାଣୁର ଉତ୍ପତ୍ତି ସୁନିଶ୍ଚିତ କରିବାକୁ ବର୍ଷ ବର୍ଷ ଲାଗିପାରେ। ଯେଉଁ ପ୍ରାଣୀ ଦେହରୁ ଏହି ଭୂତାଣୁ ବ୍ୟାପିଛି, ତାହାକୁ ଚିହ୍ନଟ କରିବା ଲାଗି ପ୍ରାଣୀମାନଙ୍କ ନମୁନା, ଗୁଣସୂତ୍ରୀୟ ବିଶ୍ଳେଷଣ ଏବଂ ମହାମାରୀ ଅଧ୍ୟୟନ ଭଳି ବ୍ୟାପକ ଗବେଷଣା ଆବଶ୍ୟକ।
ସ୍ମରଣଯୋଗ୍ୟ, ବିଳମ୍ବିତ ୨୦୧୯ରେ ପ୍ରଥମେ ଊହାନ୍ରେ କୋଭିଡ୍-୧୯ ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଭୂତାଣୁଦ୍ୱାରା ୮୯୦୦ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ଏବଂ ୪,୬୦୦ଜଣଙ୍କର ମୃତ୍ୟୁ ଘଟିଛି।
The post ପ୍ରଥମେ କରୋନାଭାଇରସ୍ ରୋଗୀ ଚିହ୍ନଟ ହୋଇଥିବା ଊହାନ୍ ଡାକ୍ତରଖାନା ପରିଦର୍ଶନ କଲେ ‘ହୁ’ ଟିମ୍ first appeared on Sambad.
from କରୋନା – Sambad https://ift.tt/3cs1yj8
0 Comments