ଇସ୍‌ଲାମାବାଦ : ପାକିସ୍ତାନରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଏବେ ଟିକା ଅପରିହାର୍ଯ୍ୟ ହୋଇପଡ଼ିଛି। ପାକିସ୍ତାନରେ ଇମ୍ରାନ୍‌ ଖାନ୍‌ ସରକାର ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା ଟିକାକୁ ମଂଜୁରି ଦେଇଛନ୍ତି। ତେବେ ଏହି ଟିକା ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ତିଆରି କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟିକା ମାଗିବା ପାଇଁ ଇମ୍ରାନ୍‌ ଚାହୁନାହାନ୍ତି। ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଅନ୍ତର୍ଜାତୀୟ ମଂଚରେ ଭାରତ ବିରୋଧୀ ପଦକ୍ଷେପ ନେଉଥିବା ଇମ୍ରାନ୍‌ ସରକାର ସିଧାସଳଖ ଭାରତକୁ ଟିକା ମାଗିବା ପାଇଁ ଚାହୁନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ପାକିସ୍ତାନର ବିଭିନ୍ନ ଘରୋଇ ଫାର୍ମାସୀ ସହିତ ଯୋଗାଯୋଗ କରି ସେମାନେ ଟିକା ପାଇଁ କଥାବାର୍ତ୍ତା କରନ୍ତୁ ବୋଲି କହିଛନ୍ତି।

ରାଜ୍ୟ ଏବଂ ଘରୋଇ ଉଦ୍ୟେଗମାନେ ନିଜ ନିଜ ଉଦ୍ୟମରେ ଟିକା ଆଣିବାକୁ ଇମ୍ରାନ କହିବା ସହ ନିଜକୁ ଏହି ମାମଲାରୁ ଯଥା ସମ୍ଭବ ଦୂରେଇ ରଖିବାକୁ ଚାହୁଛନ୍ତି। ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଗଣ ଟିକାକରଣ ପାଇଁ ଅକ୍ସଫୋର୍ଡ ଟିକାକୁ ପାକିସ୍ତାନ ମଂଜୁରି ଦେଇଥିଲେ ମଧ୍ୟ ଏହା ତୁରନ୍ତ ହାସଲ କରିବା ସମ୍ଭବ ନଥିବାରୁ ଏବେ ଜରୁରୀ ବ୍ୟବହାର ପାଇଁ ଚୀନ୍‌ର ସରକାରୀ କମ୍ପାନି ସିନୋଫାର୍ମର ଟିକା ମଂଜୁର କରିବାକୁ ଯୋଜନା କରୁଛି।

The post ସିରମ୍‌ ଟିକା ହାସଲ କରିବାକୁ ଇମ୍ରାନ୍‌ଙ୍କ ଯୋଜନା first appeared on Sambad.



from କରୋନା – Sambad https://ift.tt/3sxxRTx