ନୂଆଦିଲ୍ଲୀ: ଶନିବାରଠାରୁ ଆରମ୍ଭ ହୋଇଥିବା କରୋନା ଟିକାକରଣର ଆଜି ଥିଲା ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ଦେଶର ୬ଟି ରାଜ୍ୟରେ ୫୫୩ଟି କେନ୍ଦ୍ରରେ ୧୭ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଫଳରେ ରବିବାର ସୁଦ୍ଧା ଦେଶରେ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ୨୪ ହଜାରରୁ ଅଧିକ ରହିଛି। ଯେଉଁ ୬ଟି ରାଜ୍ୟରେ ଲୋକଙ୍କୁ ରବିବାର ଟିକା ଦିଆଯାଇଛି ସେଗୁଡ଼ିକ ହେଲା ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଣିପୁର ଏବଂ ତାମିଲନାଡ଼ୁ।

The post କରୋନା ଟିକାକରଣ: ଦ୍ବିତୀୟ ଦିନରେ ନେଲେ ୧୭ ହଜାର first appeared on Sambad.



from କରୋନା – Sambad https://ift.tt/38S0D9o