୨୪ ଘଣ୍ଟା ମଧ୍ୟରେ ୧୩,୭୮୮ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁସଂଖ୍ୟା ୧୪୫

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୧୩,୭୮୮ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ବର୍ଷ ଜୁନ୍‌ ମଧ୍ୟ ଭାଗରୁ ରେକର୍ଡ କରାଯାଇଥିବା ଦୈନିକ ସଂକ୍ରମଣ ସଂଖ୍ୟାରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୭୮୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୪୫ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦,୫୭୧,୭୭୩ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ୧୪୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୨,୪୧୯ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୬, ୯୭୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୧,୭୯,୭୧୫।

Image Courtesy of English News

ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୨, ୦୮,୦୧୨ରେ ପହଞ୍ଚିଛି।

ସମ୍ପ୍ରତି ଦେଶରେ ଦୈନିକ ଏବଂ ସାପ୍ତାହିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ହ୍ରାସ ପାଉଛି। ଜାନୁଆରି ୧୭ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶରେ ୧୦୭,୭୦୧ଟି ନୂଆ ସଂକ୍ରମଣ ମାମଲା ରେକର୍ଡ କରାଯାଇଥିଲା। ଏହା ପୂର୍ବ ସପ୍ତାହର ସଂକ୍ରମଣ ସଂଖ୍ୟା ଠାରୁ ଏହା ୧୪.୭୩% କମ୍‌ ବୋଲି ଜଣାପଡ଼ିଛି।

ସେହିଭଳି ଗତ ସପ୍ତାହରେ ସମୁଦାୟ ମୃତ୍ୟୁସଂଖ୍ୟା ଥିଲା ୧,୨୭୫। ଏହା ପୂର୍ବ ସପ୍ତାହରେ ମୃତ୍ୟୁସଂଖ୍ୟା ୧୫୬୪ ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟସୂତ୍ରରୁ ଜଣାପଡ଼ିଛି। ଏହାଛଡ଼ା, ଗତ ୧୦ ଦିନରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ମଧ୍ୟ ୨୦ ହଜାରରୁ କମ୍‌ ରହୁଛି।

The post ୨୪ ଘଣ୍ଟା ମଧ୍ୟରେ ୧୩,୭୮୮ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁସଂଖ୍ୟା ୧୪୫ first appeared on Sambad.



from କରୋନା – Sambad https://ift.tt/3sy2OqH

Post a Comment

0 Comments