
ଊହାନ୍: କରୋନାଭାଇରସ୍ର ଉତ୍ପତ୍ତି ସଂକ୍ରାନ୍ତରେ ତଦନ୍ତ ଲାଗି ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ବିଶେଷଜ୍ଞ ଦଳ ଊହାନ୍ରେ ପହଞ୍ଚିଛନ୍ତି। ଦୀର୍ଘ ବିଳମ୍ବିତ ଏହି ତଦନ୍ତ ଅଭିଯାନରେ ସିଙ୍ଗାପୁରରୁ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳଙ୍କ ବିମାନଟି ଅବତରଣ କରିଥିବାର ଦୃଶ୍ୟ ଚୀନ୍ର ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥା ‘ସିଜିଟିଏନ୍’ ପ୍ରସାରଣ କରିଛି।
ଭୂତାଣୁ ଉତ୍ପତ୍ତି ସଂକ୍ରାନ୍ତ ଏହି ତଦନ୍ତ ଏକାଧିକ ସପ୍ତାହ ଧରି ଚାଲିବ ବୋଲି ଆଶା କରାଯାଉଛି। କରୋନାଭାଇରସ୍ର ଉତ୍ପତ୍ତି ସଂକ୍ରାନ୍ତ ଅନିଶ୍ଚିତତାର ଅବସାନା ନିମନ୍ତେ ତଦନ୍ତରେ ବିଳମ୍ବ କରିଥିବାରୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।
ଆଜି ଊହାନ୍ରେ ପହଞ୍ଚିଥିବା ଏହି ବିଶେଷଜ୍ଞ ଦଳ ଭୂତାଣୁ ସଂକ୍ରମଣ ସ୍ଥଳରେ ସରଜମିନ ତଦନ୍ତ କରିବା ସହ ଭୂତାଣୁର ଉତ୍ପତ୍ତି ଏବଂ ସଂକ୍ରମଣ ମାଧ୍ୟମ ବିଷୟରେ ଅଧ୍ୟୟନ କରିବେ। ଏହି ବିଶେଷଜ୍ଞ ଦଳରେ ୧୦ଜଣ ସଦସ୍ୟ ଥିବା କଥା କୁହାଯାଉଛି।
ଏହି ବିଶେଷଜ୍ଞ ଦଳଙ୍କୁ ‘କ୍ୱାରେଣ୍ଟିନ୍’ରେ ରହିବାକୁ ପଡ଼ିପାରେ ବୋଲି କେତେକ ରିପୋର୍ଟ ପ୍ରକାଶ ପାଇଛି।
The post ଭାଇରସ୍ ଉତ୍ପତ୍ତି ତଦନ୍ତ ନିମନ୍ତେ ଊହାନ୍ରେ ପହଞ୍ଚିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦଳ first appeared on Sambad.
from କରୋନା – Sambad https://ift.tt/2XCXsMr
0 Comments