ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୬,୯୪୬ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୦୫ କୋଟି ଅତିକ୍ରମ କରିଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୯୪୬ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୯୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦,୫୧୨,୦୯୩ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ୧୯୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୧,୭୨୭ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୭, ୬୫୨ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୧,୪୬,୭୬୩। ସମ୍ପ୍ରତି ଦେଶରେ ସୁସ୍ଥତାହାର ୯୬.୫୧%, ସକ୍ରିୟ ଆକ୍ରାନ୍ତଙ୍କହାର ୨.୦୪% ଏବଂ ମୃତ୍ୟୁହାର ୧.୪୪% ରହିଥିବା କଥା କେନ୍ଦ୍ର ସରକାର କହିଛନ୍ତି।
ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୧୩,୬୦୩।
‘ଆଇସିଏମ୍ଆର୍’ କହିବା ଅନୁସାରେ, ରବିବାର ସୁଦ୍ଧା ସମଗ୍ର ଦେଶରେ ୧୮,୪୨,୩୨,୩୦୫ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଥିବା ନମୁନା ସଂଖ୍ୟା ହେଉଛି ୭,୪୩,୧୯୧।
ସୂଚନାଯୋଗ୍ୟ, ଜାନୁଆରି ୧୬ ତାରିଖ ଠାରୁ ଭାରତ ବିଶ୍ୱର ସର୍ବବୃହତ୍ କୋଭିଡ୍-୧୯ ଟିକାକରଣ ଆରମ୍ଭ କରିବାକୁ ଯାଉଛି। ଏଥିନିମନ୍ତେ ଅକ୍ସଫୋର୍ଡ ୟୁନିଭର୍ସିଟି-ଆଷ୍ଟ୍ରାଜେନିକା ପ୍ରସ୍ତୁତ ‘କୋଭିସିଲ୍ଡ୍’ ଏବଂ ହାଇଦ୍ରାବାଦର ଭାରତ ବାୟୋଟେକ୍ ଇଣ୍ଟର୍ନ୍ୟାସ୍ନାଲ୍ ଲିମିଟେଡ୍ର ‘କୋଭାକ୍ସିନ୍’ ବ୍ୟବସ୍ଥା କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ୩୦ ନିୟୁତ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟ ସେବାପ୍ରଦାନକାରୀଙ୍କୁ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହାଛଡ଼ା ଆସନ୍ତା ଅଳ୍ପ କେତେ ମାସ ମଧ୍ୟରେ ସମୁଦାୟ ୩୦୦ ନିୟୁତ ନାଗରିଙ୍କୁ ଟିକା ଦିଆଯିବ।
The post ୨୪ ଘଣ୍ଟା ମଧ୍ୟରେ ୧୬,୯୪୬ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୦୫ କୋଟି ଟପିଲା first appeared on Sambad.
from କରୋନା – Sambad https://ift.tt/3bAR8x9
0 Comments