
ଜୟପୁର: ଗୁରୁବାର ସକାଳେ କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮୩୦୦ ଡୋଜ୍ କୋଭିଡ୍-୧୯ ଟିକା ପହଞ୍ଚିଛି।
ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ଭ୍ୟାକ୍ସିନ୍ ଭ୍ୟାନ୍ ଯୋଗେ ଆସିଥିବା ୮୩୦୦ ଡୋଜ୍ର ‘କୋଭିସିଲ୍ଡ୍’ ଟିକା ଆଜି ସକାଳ ପ୍ରାୟ ୬.୩୦ରେ କୋରାପୁଟ ଜିଲ୍ଲା ମୁଖ୍ୟାଳୟରେ ଥିବା ‘ଆଞ୍ଚଳିକ ଟିକା କେନ୍ଦ୍ର’ରେ ପହଞ୍ଚିଥିଲା।

ସେଠାରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମକରନ୍ଦ ବେଉରା ଏହି ଟିକା ଗ୍ରହଣ କରିଛନ୍ତି।
ଜାନୁଆରି ୧୬ ତାରିଖ ଦିନ ‘ଆଞ୍ଚଳିକ ଟିକା କେନ୍ଦ୍ର’ରୁ ଏହି ଟିକା ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାକୁ ନିଆଯିବ। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା କର୍ମୀ ଓ ଡାକ୍ତରଙ୍କ ସମେତ ୧୨୦୭୬ ହିତାଧିକାରୀଙ୍କୁ ଏହି ଟିକା ଦିଆଯିବ। ବାକି ଟିକା ଦ୍ୱିତୀୟ ପର୍ଯ୍ୟାୟରେ ଆସି ପହଞ୍ଚିବ।
The post କୋରାପୁଟ ଜିଲ୍ଲାରେ ପହଞ୍ଚିଲା ୮୩୦୦ ଡୋଜ୍ କୋଭିଡ୍-୧୯ ଟିକା first appeared on Sambad.
from କରୋନା – Sambad https://ift.tt/3spQJ6I
0 Comments