ନୂଆଦିଲ୍ଲୀ: କରୋନାଭାଇରସ୍‌ ଟିକା ‘ନୋଭାଭ୍ୟାକ୍ସ୍‍’ର ଆଞ୍ଚଳିକ ପରୀକ୍ଷା କରାଇବାକୁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆ’ଙ୍କ ଅନୁମୋଦନ ନିମନ୍ତେ ଆବେଦନ କରିଛି। ଏହା ହେଉଛି ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଆଞ୍ଚଳିକ ଭାବେ ଉତ୍ପାଦନ କରିବାକୁ ଯାଉଥିବା ଦ୍ୱିତୀୟ ଟିକା।

‘ଏସ୍‌ଆଇଆଇ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଦର ପୁନାଓ୍ଵାଲା କହିଛନ୍ତି, ଆଞ୍ଚଳିକ ପରୀକ୍ଷଣ ନିମନ୍ତେ ଅଳ୍ପ ଦିନ ତଳେ ଆମେ ‘ଡ୍ରଗ୍‌ କଣ୍ଟ୍ରୋଲର୍‌’ଙ୍କ କାର୍ଯ୍ୟାଳୟରେ ଆବେଦନ କରିଛୁ। ସେମାନେ ଅବିଳମ୍ବେ ଅନୁମୋଦନ ଦେବେ।

ଭାରତର ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌’ ଭିଜି ଗୋସ୍ୱାମୀ ଏବଂ ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ର ବିଶେଷଜ୍ଞମାନେ ଏହି ଆବେଦନର ଅନୁଶୀଳନ କରୁଥିବା ଜଣାପଡ଼ିଛି।

Image Courtesy of Hindustan Times

ଅକ୍ସ୍‍ଫୋର୍ଡ-ଆଷ୍ଟ୍ରଜେନିକା ଟିକା ପରି ‘ଏସ୍‌ଆଇଆଇ’ ଏପ୍ରିଲ୍‌ ମାସରୁ ‘ନୋଭାଭ୍ୟାକ୍ସ୍‍’ ଟିକା ଉତ୍ପାଦନ କରି ଗଚ୍ଛିତ କରିବ ବୋଲି ପୂର୍ବରୁ ପୁନାଓ୍ଵାଲା କହିଥିଲେ।

ଏ ଦୁଇଟି ଟିକାର ପ୍ରାକ୍‌-ଉତ୍ପାଦନ ବାବଦରେ ‘ଗାଭି- ଦି ଭ୍ୟାକ୍ସିନ୍‌ ଆଲିଆନ୍‌ସ୍‌’ଠାରୁ ‘ଏସ୍‌ଆଇଆଇ’ ପାଣ୍ଠି ଗ୍ରହଣ କରିଛି।
‘ନୋଭାଭ୍ୟାକ୍ସ୍‍’ ଘୋଷଣା କରିଛି ଯେ, ‘ଏନ୍‌ଭିଏକ୍ସ-ସିଓଭି୨୩୭୩‘ ହେଉଛି ଏକ ପ୍ରୋଟିନ୍‌ ଆଧାରିତ କୋଭିଡ୍‌-୧୯ ଟିକା। କରୋନାଭାଇରସ୍‌ ବିରୋଧରେ ପ୍ରାୟ ୮୯.୩% ଫଳପ୍ରଦ ହେଉଥିବା ଏହି କୋଭିଡ୍‌-୧୯ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଇଂଲଣ୍ଡରେ ଚାଲିଛି।

The post କୋଭିଡ୍‌ ଟିକା ‘ନୋଭାଭ୍ୟାକ୍ସ୍‍’ର ଆଞ୍ଚଳିକ ପରୀକ୍ଷା କରାଇବାକୁ ଆବେଦନ କଲା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ first appeared on Sambad.



from କରୋନା – Sambad https://ift.tt/39qNF2I