ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୦୮୮ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୩୭୪, ୯୩୨ରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୦୮୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୬୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୧୦% ଅଧିକ ରହିଛି। ଏବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୦, ୩୭୪, ୯୩୨।
ଗତ ୨୪ ଘଣ୍ଟାରେ ୨୧୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୦,୧୧୪ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୧, ୩୧୪ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୯, ୯୭, ୨୭୨। ଏଥିସହ ଦେଶରେ ସୁସ୍ଥତାହାର ୯୬.୩୬%ରେ ପହଞ୍ଚିଥିବା ବେଳେ ମୃତ୍ୟୁହାର ୧.୪୫%ରେ ରହିଛି।
ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୨୭,୫୪୬। ଗତ ୧୬ ଦିନ ହେବ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ତଳକୁ ରହିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦେଶର ସମୁଦାୟ ଆକ୍ରାନ୍ତଙ୍କର ୨% ଥିବା ଜଣାପଡ଼ିଛି।
‘ଆଇସିଏମ୍ଆର୍’ ତଥ୍ୟ ଅନୁସାରେ, ଜାନୁଆରି ୫ ତାରିଖଯାଏଁ ଦେଶରେ ସମୁଦାୟ ୧୭,୭୪,୬୩,୪୦୫ଟି କୋଭିଡ୍-୧୯ ନମୁନା ପରୀକ୍ଷା କରାଯାଇଛି। ମଙ୍ଗଳବାର ଦିନ ୯,୩୧,୪୦୮ଟି ନମୁନା ପରୀକ୍ଷା କରାଯାଇଥିଲା।
The post କୋଭିଡ୍-୧୯: ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୦୮୮ ନୂଆ ଆକ୍ରାନ୍ତ ଚିହ୍ନଟ; ମୃତ୍ୟୁସଂଖ୍ୟା ୧.୫ ଲକ୍ଷ ଟପିଲା first appeared on Sambad.
from କରୋନା – Sambad https://ift.tt/3beqBpk
0 Comments