ସମ୍ବଲପୁର : ବାଇକ୍‌ରୁ ଭାରସାମ୍ୟ ହରାଇ ପଡ଼ିବା ପରେ ଡ୍ରେନ୍‌ରେ ଲାଗିଥିବା ଲୁହାଛଡ଼ରେ ବାଜି ଯୁବକଙ୍କ ବେକ କଟିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ଉକ୍ତ ଯୁବକଙ୍କୁ ବୁଧବାର ସନ୍ଧ୍ୟାରେ ବୁର୍ଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସମୟରେ ଖବର ଲେଖାହେବା ଯାଏ ତାଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଥାନା ପଲାସ ଗ୍ରାମର ଜଣେ ଯୁବକ(୩୨) ବୁଧବାର ଦିନ ଗୋଟାଏ ସମୟରେ ଘରୁ ବାହାରି କୌଣସି କାମରେକୁ ଯାଉଥିବା ସମୟରେ ରାଜନପାଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ବାଇକ୍‌ରୁ ଡ୍ରେନ୍‌ ଭିତରକୁ ଖସି ପଡ଼ିଥିଲେ। ଏହି ସମୟରେ ଡ୍ରେନ୍‌ରେ ଲାଗିଥିବା ଲୁହାଛଡ଼ ବାଜି ତାଙ୍କ ବେକର ୫୦ ପ୍ରତିଶତ ଅଂଶ କଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

The post ଡ୍ରେନ୍‌ ଛଡ଼ ବାଜି ଯୁବକଙ୍କ ବେକ କଟିଲା, ଆକ୍ରାନ୍ତ ପରେ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର first appeared on Sambad.



from କରୋନା – Sambad https://ift.tt/3nn7RpU