
ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧରେ ଦେଶର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟିକା ନେଇ ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ଭାରତର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଟିକା ଦିଆଯିବ ବୋଲି ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ଅଭିଯାନରେ ୫୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ସାଂସଦ ଏବଂ ବିଧାୟକମାନଙ୍କୁ ଟିକା ଦିଆଯିବ।
ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ ଏହି ଟିକା ଦିଆଯିବ, ସେମାନେ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ହୋଇ ନ ଥିବା ବା ତାଙ୍କ ଠାରେ ବିଶେଷ ଶାରୀରିକ ସମସ୍ୟା ନ ଥିବା ଉଚିତ।
ଜାନୁଆରି ୧୬ରେ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ କରୋନାଭାଇରସ୍ ସଂଗ୍ରାମରେ ପ୍ରତ୍ୟକ୍ଷଭାବେ ଜଡ଼ିତ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟମାନଙ୍କୁ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ସେମାନେ ନେଇଥିବା ଟିକାଗୁଡ଼ିକ ହେଉଛି ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ନିର୍ମିତ ‘କୋଭିସିଲ୍ଡ୍’ ଏବଂ ଭାରତ ବାୟୋଟେକ୍ ନିର୍ମିତ ‘କୋଭାକ୍ସିନ୍’। ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଏହି ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି, ଆଜି ଆମେ କରୋନାଭାଇରସ୍ ବିରୋଧରେ ଚଳାଇଥିବା ସଂଗ୍ରାମକୁ ବର୍ଷେ ପୂରିଛି। ଗତ ବର୍ଷ ଏହି ଭୂତାଣୁ ବିଶ୍ୱକୁ ଆତଙ୍କିତ କରିଥିବା ବେଳେ ୨୦୨୧ରେ ଟିକା ଆସିବା ପରେ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି।
The post ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଇ ପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ first appeared on Sambad.
from କରୋନା – Sambad https://ift.tt/3iwWPh0
0 Comments