ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୫,୨୨୩ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଠାରୁ ଆଜିର ସଂକ୍ରମଣ ହାର ୧୦% ଅଧିକ ବୋଲି ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୨୨୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୫୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୬,୧୦,୮୮୩ରେ ପହଞ୍ଚିଛି।

Image Courtesy of NDTV

ଗତ ୨୪ ଘଣ୍ଟାରେ ୧୫୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୨,୮୬୯ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୯, ୯୬୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୨,୬୫,୭୦୬। ଜାତୀୟସ୍ତରରେ ସୁସ୍ଥତା ହାର ୯୬.୭୫%ରେ ପହଞ୍ଚିଥିବା ବେଳେ ମୃତ୍ୟୁହାର ୧.୪୪%ରେ ରହିଛି।
ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧,୯୨,୩୦୮ରେ ପହଞ୍ଚିଛି।

ସେହିଭଳି ଏପର୍ଯ୍ୟନ୍ତ ଦେଶରେ ସମୁଦାୟ ୮,୦୬,୪୮୪ଜଣଙ୍କୁ କୋଭିଡ୍‌-୧୯ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ବୁଧବାର ସୁଦ୍ଧା ସମଗ୍ର ଦେଶରେ ୧୮,୯୩,୪୭,୭୮୨ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଥିବା ନମୁନା ସଂଖ୍ୟା ହେଉଛି ୭,୮୦,୮୩୫।

The post ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୫,୨୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୧୦% ଅଧିକ first appeared on Sambad.



from କରୋନା – Sambad https://ift.tt/3qKJQLT