
ନୂଆଦିଲ୍ଲୀ: ଇଂଲଣ୍ଡ୍, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍ରେ ଆବିଷ୍କୃତ ଅଧିକ ସଂକ୍ରମଣଶୀଳ କରୋନାଭାଇରସ୍ର ନୂଆ ଷ୍ଟ୍ରେନ୍ ସଂକ୍ରମଣ ରୋକିବା ନିମନ୍ତେ ଅକ୍ସଫୋର୍ଡ ବୈଜ୍ଞାନିକମାନେ ତୁରନ୍ତ ‘କୋଭିସିଲ୍ଡ୍’ର ଆଉ ଏକ ଭିନ୍ନ ପ୍ରକାରର ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଚଳାଇଥିବା କଥା ବୁଧବାର ଦିନ ‘ଦି ଟେଲିଗ୍ରାଫ୍’ ରିପୋର୍ଟ କରିଛି।
ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନିକାର ଟିକା ପ୍ରସ୍ତୁତିକାରୀ ଟିମ୍ ଏହି ଟିକାର ପ୍ରସ୍ତୁତି ପ୍ରଣାଳୀର ପୁନର୍ବିନ୍ୟାସ ପାଇଁ ଅନୁଧ୍ୟାନ କରୁଛନ୍ତି ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସୁନିଶ୍ଚିତ ସୂଚନା ପାଇବା ପରେ ‘ଦି ଟେଲିଗ୍ରାଫ୍’ କହିଛି।
ଯଥା ଶୀଘ୍ର ସମ୍ଭବ ‘ସିଏଚ୍ଏଡିଓଏକ୍ସ’ ଟିକାର ‘ବେସ୍’ର ପୁନର୍ବିନ୍ୟାସ କରିବା ଲାଗି ବୈଜ୍ଞାନିକମାନେ କାର୍ଯ୍ୟ ଚଳାଇଛନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଅଛି।
ବିଶ୍ୱବିଦ୍ୟାଳୟର ଜଣେ ମୁଖପାତ୍ର ‘ଦି ଟେଲିଗ୍ରାଫ୍’କୁ କହିଛନ୍ତି ପରିବର୍ତ୍ତିତ ଟିକାର ରୋଗ ପ୍ରତିରୋଧକ ସାମର୍ଥ୍ୟର ପ୍ରଭାବ ଆକଳନ କରିବା ସହ ଏହି କୋଭିଡ୍-୧୯ ଟିକାର ଦ୍ରୁତ ବିକାଶ ଲାଗି ଆବଶ୍ୟକ ପ୍ରକ୍ରିୟା ମୂଲ୍ୟାୟନ କରୁଛନ୍ତି।
ଅବଶ୍ୟ ଏ ସଂକ୍ରାନ୍ତରେ ଅକ୍ସଫୋର୍ଡ ତୁରନ୍ତ କୌଣସି ସବିଶେଷ ବିବରଣୀ ଦେଇନାହିଁ।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ବୁଧବାର ଦିନ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କହିଛନ୍ତି ଯେ, ନୂଆ ଷ୍ଟ୍ରେନ୍ର କରୋନାଭାଇରସ୍ର ମୁକାବିଲା ନିମନ୍ତେ ନୂଆ କୋଭିଡ୍-୧୯ ଟିକାକୁ ଦେଶର ଔଷଧ ନିୟନ୍ତ୍ରକ ଅନୁମୋଦନ ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି।
The post କରୋନାଭାଇରସ୍ର ନୂଆ ଷ୍ଟ୍ରେନ୍ ସଂକ୍ରମଣ ପାଇଁ ନୂଆ ପ୍ରତିଷେଧକ ଟିକା ପ୍ରସ୍ତୁତ କରୁଛନ୍ତି ଅକ୍ସଫୋର୍ଡ ବୈଜ୍ଞାନିକ: ରିପୋର୍ଟ first appeared on Sambad.
from କରୋନା – Sambad https://ift.tt/3sMgI8z
0 Comments