ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୯, ୦୭୯୧ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧.୦୩ କୋଟିରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯, ୦୭୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୨୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୫% କମ୍‌ ରହିଛି। ଏବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୦, ୩୦୫, ୭୮୮।

ଗତ ୨୪ ଘଣ୍ଟାର ମୃତ୍ୟୁସଂଖ୍ୟାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୪୯,୨୧୮ରେ ପହଞ୍ଚିଛି। ଏହାକୁ ମିଶାଇ ଏବେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁହାର ୧.୪୫% ରହିଛି।

Image Courtesy of Hindustan Times

ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୨, ୯୨୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୯, ୦୬, ୩୮୭। ଏହା ଦେଶର ସମୁଦାୟ ସୁସ୍ଥତାସଂଖ୍ୟାର ୯୬.୧୨%।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୫୦,୧୮୩। ଏହା ହେଉଛି ଦେଶର ସମୁଦାୟ ଆକ୍ରାନ୍ତଙ୍କର ୨.୪୩%।

ଦେଶର ସମୁଦାୟ ସକ୍ରିୟ କୋଭିଡ୍‌-୧୯ ମାମଲାର ପ୍ରାୟ ୬୨% ହେଉଛନ୍ତି କେରଳ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ପ୍ରଭୃତି ପାଞ୍ଚଟି ରାଜ୍ୟର ବୋଲି ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

The post ଦେଶରେ ୧୯, ୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ ସହ ୧.୦୩ କୋଟିରେ ପହଞ୍ଚିଲା ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/3o8HCVt