ଜଗା ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ଆସନ୍ତାକାଲି ଠାରୁ ସର୍ବସାଧାରଣ ଦର୍ଶନ

ପୁରୀ: ଜଗା ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଆସନ୍ତାକାଲି ଠାରୁ ସର୍ବସାଧାରଣ ଦର୍ଶନ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ପୁରୀ ବାସିନ୍ଦା ମଧ୍ୟ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବେ। ଶ୍ରଦ୍ଧାଳୁଙ୍କୁ ପୁରୀ ଆସିବା ପୂର୍ବରୁ ନିଜ ଅଂଚଳରୁ କୋଭିଡ ନେଗେଟିଭ ରିପୋର୍ଟ ଆଣିବାକୁ ପଡ଼ିବ। କିୟସ୍କ କାଉଣ୍ଟରରେ କୋଭିଡ ରିପୋର୍ଟ ଯାଂଚ ହେବ ବୋଲି ବୈଠକ ପରେ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦୀର୍ଘ ୯ ମାସ ପରେ ପୁରୀ ଶ୍ରୀମନ୍ଦିର ଖୋଲିଥିଲା। ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ସେବାୟତ ଓ ସେମାନଙ୍କର ପରିବାର ଲୋକେ ଦର୍ଶନ ପାଇଁ ଅନୁମତି ପାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ପୁରୀ ବାସୀ ଶ୍ରୀମନ୍ଦିରକୁ ଯାଇପାରିଥିଲେ। ନୂଆବର୍ଷ ଅବସରରେ ଜାନୁଆରି ୧ ଓ ୨ ତାରିଖ ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ଆସନ୍ତାକାଲି (ଜାନୁଆରି ୩) ଠାରୁ ପୁରୀ ସମେତ ରାଜ୍ୟ ବାହାର ରାଜ୍ୟର ଲୋକ ଶ୍ରୀମନ୍ଦିରକୁ ଜଗା ଦର୍ଶନ ପାଇଁ ପ୍ରବେଶ କରିପାରିବେ।

The post ଜଗା ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ଆସନ୍ତାକାଲି ଠାରୁ ସର୍ବସାଧାରଣ ଦର୍ଶନ first appeared on Sambad.



from କରୋନା – Sambad https://ift.tt/38U5nKD

Post a Comment

0 Comments