ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୫୦୫ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧.୦୩ କୋଟିରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୫୦୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୧୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୯% କମ୍ ରହିଛି। ଏବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୦, ୩୪୦, ୪୬୯।
ଗତ ୨୪ ଘଣ୍ଟାରେ ୨୧୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୪୯,୬୪୯ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୧୯, ୫୫୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୯, ୪୬, ୮୬୭। ଏଥିସହ ଜାତୀୟ ସୁସ୍ଥତାହାର ୯୬.୧୯%କୁ ବୃଦ୍ଧି ପାଇଛି। ଗତ ୩୮ ଦିନ ହେବ ପଞ୍ଜିକୃତ ହେଉଥିବା ନୂତନ ସଂକ୍ରମଣ ମାମଲା ଠାରୁ ଦୈନିକ ସୁସ୍ଥତା ସଂଖ୍ୟା ଅଧିକ ରହୁଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି। ଏବେ ସୁସ୍ଥତା ଓ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ବ୍ୟବଧାନ ହେଉଛି ୯,୭୦୨,୯୧୪।
ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୪୩,୯୫୩। ଏହାକୁ ମିଶାଇ କ୍ରମାଗତ ଦୁଇ ଦିନ ହେବ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦୦୦ ତଳକୁ ରହିଛି।
‘ଆଇସିଏମ୍ଆର୍’ ତଥ୍ୟ ଅନୁସାରେ, ଜାନୁଆରି ୩ ତାରିଖଯାଏଁ ଦେଶରେ ସମୁଦାୟ ୧୭,୫୬,୩୫,୭୬୧ଟି କୋଭିଡ୍-୧୯ ନମୁନା ପରୀକ୍ଷା କରାଯାଇଛି। ରବିବାର ଦିନ ପରୀକ୍ଷା କରାଯାଇଥିବା ନମୁନାସଂଖ୍ୟା ହେଉଛି ୭,୩୫,୯୭୮।
The post କୋଭିଡ୍-୧୯: ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୨୧୪ ମୃତ first appeared on Sambad.
from କରୋନା – Sambad https://ift.tt/2JHpYJF
0 Comments