ଭୁବନେଶ୍ବର: ଧୀରେ ଧୀରେ କମ୍ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୬ ଜଣ ସଂଗରୋଧ କେନ୍ଦ୍ରରୁ ଓ ୭୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି।
ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୪୯୨ରେ ପହଞ୍ଚିଛି। ସେହିପରି ଏବେ ବି ସକ୍ରିୟ ଅଛନ୍ତି ୨୩୪୫ ଜଣ। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୬ ହଜାର ୨୦୯ ଜଣ। ଏ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
6. Boudh: 1
7. Cuttack: 6
8. Deogarh: 1
9. Dhenkanal: 1
10. Gajapati: 2
11. Ganjam: 5
12. Jagatsinghpur: 5
13. Jajpur: 11
14. Jharsuguda: 8
15. Kalahandi: 3
16. Kandhamal: 1
17. Kendrapada: 10
18. Keonjhar: 1
19. Khurda: 14
20. Malkangiri: 1
21. Mayurbhanj: 5
22. Nuapada: 10— I & PR Department, Odisha (@IPR_Odisha) January 4, 2021
ଗତ ୨୪ ଘଣ୍ଟା ଭିତରେ ଅନୁଗୁଳ ଜିଲ୍ଲାରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୨, ବରଗଡ଼ ଜିଲ୍ଲାରୁ ୯, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୬, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୬, ଦେବଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୨ଜଣ, ଗଞ୍ଜାମ ଜିଲ୍ଲାରୁ ୫, ଜଗତସିଂହପୁର ଜିଲ୍ଲାରୁ ୫, ଯାଜପୁର ଜିଲ୍ଲାରୁ ୧୧, ଝାରସୁଗୁଡ଼ା ଜିଲ୍ଲାରୁ ୮, କଳାହାଣ୍ଡି ଜିଲ୍ଲାରୁ ୩ ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୧୪, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ, ନୂଆପଡ଼ା ଜିଲ୍ଲାରୁ ୧୦, ପୁରୀ ଜିଲ୍ଲାରୁ ୬, ସମ୍ବଲପୁର ଜିଲ୍ଲାରୁ ୧୦, ସୋନପୁର ଜିଲ୍ଲାରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷରେ ରାଜ୍ୟରେ ଆଉ ୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
The post ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩ଜଣ କରୋନା ସଂକ୍ରମିତ ଚିହ୍ନଟ, ୨ ଆକ୍ରାନ୍ତଙ୍କ ମୃତ୍ୟୁ first appeared on Sambad.
from କରୋନା – Sambad https://ift.tt/2X76wsL
0 Comments