
ଭୁବନେଶ୍ବର : ରାଜଧାନୀରେ ଗତ ୨୪ ଘଣ୍ଟାରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇଦିନ ତୁଳନାରେ ଏହି ସଂଖ୍ୟା ଅଧିକ ରହିଛି। ଗତ ୮ମାସ ପରେ ରାଜଧାନୀ ଧୀରେ ଧୀରେ ଶୂନ ସଂକ୍ରମଣ ଆଡ଼କୁ ଗତି କରୁଛି। ଚିହ୍ନଟ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ଲୋକାଲ କଣ୍ଟାକ୍ଟସ ଓ ୩ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧,୬୭୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ ୩୧,୨୧୨ଆକ୍ରାନ୍ତ ସୁସ୍ଥ ହେବା ଫଳରେ ରାଜଧାନୀର ସୁସ୍ଥ ହାର ଶତ ପ୍ରତିଶତ ଆଡ଼କୁ ମୁହାଁଇଛି। ଭୁବନେଶ୍ବରରେ ଏବେ ୨ଶହ ଜଣ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି। ଅପରପକ୍ଷରେ ଭୁବନେଶ୍ବରରେ କରୋନାରେ ୨୪୨ଜଣ ପ୍ରାଣ ହରାଇଛନ୍ତି।
The post ରାଜଧାନୀରେ ୧୧ ଆକ୍ରାନ୍ତ ଚିହ୍ନଟ first appeared on Sambad.
from କରୋନା – Sambad https://ift.tt/38fBCVs
0 Comments