ଭୁବନେଶ୍ବର: ଧୀରେ ଧୀରେ କମ୍ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣ ସଂଗରୋଧ କେନ୍ଦ୍ରରୁ ୧୧୫ ଓ ୮୩ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି।
ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୬୯୦ରେ ପହଞ୍ଚିଛି। ସେହିପରି ଏବେ ବି ସକ୍ରିୟ ଅଛନ୍ତି ୨୨୪୩ ଜଣ। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୬ ହଜାର ୫୦୭ ଜଣ। ଏ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ଭିତରେ ଅନୁଗୁଳ ଜିଲ୍ଲାରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୩, ବରଗଡ଼ ଜିଲ୍ଲାରୁ ୧୦, ଭଦ୍ରକ ଜିଲ୍ଲାରୁ ୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୯, ଗଞ୍ଜାମ ଜିଲ୍ଲାରୁ ୩ଜଣ, ଜଗତସିଂହପୁର ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୬, ଝାରସୁଗୁଡ଼ା ଜିଲ୍ଲାରୁ ୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪, କେନ୍ଦୁଝର ଜିଲ୍ଲାରୁ ୧୯, କଳାହାଣ୍ଡି ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୭, ମୟୂରଭଞ୍ଜ ଜିଲ୍ଲାରୁ ୧୧, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୨, ପୁରୀ ଜିଲ୍ଲାରୁ ୮, ସମ୍ବଲପୁର ଜିଲ୍ଲାରୁ ୯, ସୋନପୁର ଜିଲ୍ଲାରୁ ୩ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୩ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍‌ ପୁଲ୍‌ରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ ଆଉ ୨ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

The post ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୮ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୨ଆକ୍ରାନ୍ତଙ୍କର ମୃତ୍ୟୁ first appeared on Sambad.



from କରୋନା – Sambad https://ift.tt/2XbkF8m