ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୦୫ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮,୨୬,୭୭୫ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୦୦୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୪୨ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୨, ୬୨୮ରେ ପହଞ୍ଚିଛି।

୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୩, ୪୯୪ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୩, ୨୪, ୩୨୮।

Image Courtesy of NDTV

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୫୯, ୮୧୯।

‘ଆଇସିଏମ୍‌ଆର୍‌’ ସୂଚନା ଅନୁସାରେ, ଡିସେମ୍ବର ୧୧ ତାରିଖ ସୁଦ୍ଧା ଦେଶରେ ସମୁଦାୟ ୧୫,୨୬,୯୭,୩୯୯ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ଗତକାଲି କରାଯାଇଥିବା ନମୁନା ପରୀକ୍ଷା ସଂଖ୍ୟା ହେଉଛି ୧୦,୬୫,୧୭୬।

The post ୨୪ ଘଣ୍ଟା ମଧ୍ୟରେ ୩୦,୦୦୫ ନୂଆ ସଂକ୍ରମଣ ସହ ୯୭.୯୬ ଲକ୍ଷରେ ପହଞ୍ଚିଲା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/3ndUgSz