ନୂଆଦିଲ୍ଲୀ: ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି । ଆଜି ଦେଶରେ ମୋଟ ସକ୍ରିୟ ମାମଲା ୩.୬ ଲକ୍ଷ ତଳେ (୩,୫୯,୮୧୯) ରହିଛି । ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ରୋଗୀ ସୁସ୍ଥ ହେବା ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କମ ହେବା ଦେଶର ମୋଟ କରୋନା ସକ୍ରିୟ ମାମଲା ହ୍ରାସରେ ସହାୟକ ହୋଇପାରିଛି । ଭାରତର ବର୍ତ୍ତମାନ ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୩.୬୬% ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୩,୪୯୪ ରୋଗୀ ସୁସ୍ଥ ହେବା ପରେ ମୋଟ ସକ୍ରିୟ ମାମଲା ୩,୯୩୦କୁ ହ୍ରାସ ପାଇଛି ।ଗତ ୧୫ ଦିନ ହେଲା ଦେଶର ଦୈନିକ ନୂଆ କରୋନା ମାମଲା ତୁଳନାରେ ଦୈନିକ ସୁସ୍ଥ ହେଉଥିବା ଲୋକ ସଂଖ୍ୟା ବେଶ ଅଧିକ ରହୁଛି । ଗତ ୨୪ ଘଣ୍ଟାରେ ୩୦,୦୦୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୩୩,୪୯୪ ରୋଗୀ ଆରୋଗ୍ୟ ଲାଭ ପରେ ବିଭିନ୍ନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ସୁସ୍ଥ ରୋଗୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଆଜିକା ଦିନରେ ଆରୋଗ୍ୟ ହାର ୯୪.୮୯%କୁ ବୃଦ୍ଧି ପାଇଛି । ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକ ସଂଖ୍ୟା ୯୩,୨୪,୩୨୮ରେ ପହଞ୍ଚିଛି । ସୁସ୍ଥ ରୋଗୀ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ଥିବା ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ବ୍ୟବଧାନ ୮୯,୬୪,୫୦୯ ରହିଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରେ ୭୪.୪୬% ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି । କେରଳରେ ଦିନକରେ ସର୍ବାଧିକ ୪,୭୪୮ ରୋଗୀ କରୋନା କବଳରୁ ବାହାରିଛନ୍ତି ।

ପଶ୍ଚିମବଙ୍ଗରେ ୨,୮୭୩ ଲୋକ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨,୭୭୪ ରୋଗୀ କରୋନାକୁ ହରାଇଛନ୍ତି ।ସେପଟେ ୭୪.୧୬% ନୂଆ ଦୈନିକ ମାମଲା ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୪୪୨ ରୋଗୀ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଦୈନିକ ନୂଆ ମୃତ୍ୟୁ ମଧ୍ୟରୁ ୭୮.୦୫% ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ (୮୭ ଜଣ) ମୃତ୍ୟୁ ହୋଇଛି । ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ ୬୦ ଓ ୫୦ ଦୈନିକ ମୃତ୍ୟୁ ରେକର୍ଡ କରାଯାଇଛି ।ଅନେକ ଦିନ ହେଲା ଦେଶରେ ଦୈନିକ କରୋନା ମୃତ୍ୟୁ କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ୭ ଦିନରେ ଦୈନିକ ମୃତ୍ୟୁ ୫୦୦ ତଳେ ରହିଆସୁଛି ।

The post ଭାରତରେ କମୁଛି କରୋନା ମୃତ୍ୟୁ ! ୭ ଦିନ ହେଲା ୫୦୦ ତଳେ ରହିଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/3nieHOo