
ୱାସିଂଟନ୍ : ଆମେରିକାରେ କରୋନା ମୃତ୍ୟୁ ଅଣାୟତ ହୋଇଯାଇଛି। ମହାମାରୀ ଆରମ୍ଭ ହେବାଠାରୁ ପ୍ରଥମ କରି ଗତ ବୁଧବାର ଦିନ ୩ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ବୁଧବାର ଆମେରିକାରେ ୩,୦୫୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଦିନ ୩,୩୦୦ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଆମେରିକାରେ ମୋଟ୍ ମୃତ୍ୟୁସଂଖ୍ୟା ୨ ଲକ୍ଷ ୯୦ ହଜାର ଟପିଯାଇଥିବା ଜଣାପଡ଼ିଛି। ତେବେ ଆଗାମୀ ୨ରୁ ୩ ମାସ ପର୍ଯ୍ୟନ୍ତ ଆମେରିକାରେ ଏଭଳି କରୋନା ମୃତ୍ୟୁ ଜାରି ରହିପାରେ ବୋଲି ସିଡିସି (ସେଣ୍ଟର୍ ଫର ଡିଜିଜ୍ କଣ୍ଟ୍ରୋଲ୍) ନିର୍ଦ୍ଦେଶକ ରବର୍ଟ ରେଡଫିଲ୍ଡ ଆଶଙ୍କା ପ୍ରକାଶ କରିଛନ୍ତି। ଆଗକୁ ସ୍ଥିତି ଆହୁରି ଅଧିକ ବିଗିଡ଼ିଯିବ ବୋଲି ସେ କହିଛନ୍ତି।
ଗତ ଏପ୍ରିଲ ୧୫ ତାରିଖରେ ଆମେରିକାରେ ସର୍ବାଧିକ ୨,୭୫୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ଆମେରିକାରେ ଏବେ ଦୈନିକ ସଂକ୍ରମଣ ମାମଲା ମଧ୍ୟ ବଢ଼ିଚାଲିଛି। ଦୈନିକ ଏବେ ହାରାହାରି ୨,୨୦୦ ଲୋକରୁ ଅଧିକଙ୍କ କରୋନାରେ ମୃତ୍ୟୁ ହେଉଛି। ଆମେରିକାରେ ଦୈନିକ ହୃଦ୍ଘାତ ଏବଂ କର୍କଟରେ ଯେତିକି ମୃତ୍ୟୁ ହେଉଛି ତାଠାରୁ ଅଧିକ ଲୋକଙ୍କ ରକରୋନାରେ ମୃତ୍ୟୁ ହେଉଛି। ପ୍ରତିଦିନ ଆମେରିକାରେ ହାରାହାରି ପ୍ରାୟ ୧୮୦୦ ଲୋକଙ୍କ କରୋନାରେ ମୃତ୍ୟୁ ହେଉଛି ଏବଂ ୧୬୪୦ ଜଣଙ୍କ କର୍କଟରେ ମୃତ୍ୟୁ ହେଉଛି।ଅନ୍ୟପକ୍ଷରେ ରୁଷରେ ମଧ୍ୟ ରେକର୍ଡ କରୋନା ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍ରେ ସର୍ବାଧିକ ୬୧୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି।
The post ଆମେରିକାରେ କରୋନା ମୃତ୍ୟୁ ଅଣାୟତ୍ତ : ଦିନକୁ ୩ ହଜାରରୁ ଅଧିକ ଆଖି ବୁଜୁଛନ୍ତି first appeared on Sambad.
from କରୋନା – Sambad https://ift.tt/2Wk2EV7
0 Comments