ପୁନେ : ସାରା ବିଶ୍ବକୁ ଡରାଇଥିବା ନୂଆ ପ୍ରଜାତିର କରୋନା ଭୂତା‌ଣୁ ଚିହ୍ନଟ ପାଇଁ ଦେଶରେ ପ୍ରକ୍ରିୟା ଜୋରଦାର ହୋଇଛି। ଏଥିପାଇଁ ଦେଶ ଏବେ ୬ଟି ଅଞ୍ଚଳରେ ବିଭକ୍ତ ହୋଇଛି। କେବଳ ବିଦେଶ ଫେରନ୍ତା ନୁହନ୍ତି ଦେଶର ପ୍ରତ୍ୟେକ ନାଗରିକଙ୍କ ଶରୀରରେ କାଳେ ଏହି ନୂଆ ଭୂତାଣୁ ଥାଇପାରେ ତାହା ଜାଣିବାପାଇଁ ସେ ଦିଗରେ କାମ ଆରମ୍ଭ ହୋଇଯାଇଛି। ଇନ୍‌ସାକଜ୍‌ (ଇଣ୍ଡିଆନ୍‌-ସାର୍ସ‌୍-କଭ୍‌-୨ ଜେନୋମିକ୍ସ) ଅଧୀନରେ ୧୦ଟି ଲ୍ୟାବ୍‌ରେ ଆର୍‌ଟି ପିସିଆର ଟେଷ୍ଟ୍‌ ଦ୍ବାରା ପଜିଟିଭ୍‌ ନମୁନା ଗୁଡ଼ିକୁ ସିକ୍ବେନ୍ସ କରିବାକୁ ଦାୟିତ୍ବ ଦିଆଯାଇଛି। ଏହି ଲ୍ୟାବ୍‌ ଗୁଡ଼ିକ ହେଉଛି ଏନ୍‌ଆଇବିଏମ୍‌ଜି କୋଲକାତା, ଆଇଏଲ୍‌ଏସ ଭୁବ‌ନେଶ୍ବର, ଏନ୍‌ଆଇଭି ପୁନେ, ସିସିଏସ୍ ପୁନେ, ସିସିଏମ୍‌ବି ହାଇଦ୍ରାବାଦ୍‌, ସିଡିଏଫ୍‌ଡି ହାଇଦ୍ରାବାଦ୍‌, ଇନ୍‌ଷ୍ଟେମ୍‌ ବେଙ୍ଗାଲୁରୁ, ନିମହାନ୍ସ ବେଙ୍ଗାଲୁରୁ, ଆଇଜିଆଇବି ଦିଲ୍ଲୀ ଏବଂ ଏନ୍‌ସିଡିସି ଦିଲ୍ଲୀ। ମେଟ୍ରୋ ସହରଗୁଡ଼ିକରେ ଅଧିକ ଅନ୍ତର୍ଜାତୀୟ ଯାତ୍ରୀ ଥିବାରୁ ଏହା ଉପରେ ଅଧିକ ଫୋକସ୍‌ ରହିଛି। ଯଦି କୌଣସି ନମୁନାରେ ନୁଆ ଭୂତାଣୁ ଚିହ୍ନଟ ହୁଏ ତେବେ ଏହାକୁ ଆର୍‌ସିବି ଫରିଦାବାଦ୍‌ ଏବଂ ଏନ୍‌ଆଇଭି ପୁନେକୁ ପଠାଯାଉଛି। ଏହି ଟେଷ୍ଟିଂରେ ଜିନୋମ୍‌ ସିକ୍ବେନ୍ସିଙ୍ଗ୍‌କୁ ପ୍ରାଧାନ୍ୟ ଦିଆଯାଉଛି।

The post ନୂଆ ଭୂତାଣୁ ଚିହ୍ନଟ ପାଇଁ ୬ ଅଞ୍ଚଳରେ ବିଭକ୍ତ ଭାରତ first appeared on Sambad.



from କରୋନା – Sambad https://ift.tt/2KQeDaE