
ନୂଆଦିଲ୍ଲୀ : କରୋନା ବିରୋଧରେ ଟିକାକରଣ କାର୍ଯ୍ୟକ୍ରମ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ପ୍ରସ୍ତୁତ ଟିକା ଲୋକମାନେ ଖୁବ୍ଶୀଘ୍ର ପାଇବେ। ଦେଶରେ କରୋନା ସଂକ୍ରମଣ ମାମଲା କମୁଛି, କିନ୍ତୁ ସଂକ୍ରମଣ କମିବା ସତ୍ତ୍ବେ ଜନତା ଆଦୌ ବେପରୁଆ ହେବା ଉଚିତ୍ ନୁହେଁ। ଟିକାକରଣ ସତ୍ତ୍ବେ ଲୋକମାନଙ୍କୁ କରୋନା ନିୟମାବଳୀ ମାନିବାକୁ ପଡ଼ିବ ଏବଂ କଟକଣା ମଧ୍ୟରେ ରହିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଗୁଜରାଟର ରାଜକୋଟ୍ରେ ଏମ୍ସ ହସ୍ପିଟାଲ୍ କୋଠାର ଶିଳାନ୍ୟାସ କରି ମୋଦୀ କହିଛନ୍ତି, ପୂର୍ବରୁ ଆମର ମନ୍ତ୍ର ଥିଲା ‘ଜବ୍ ତକ୍ ଦବାଇ ନହିଁ ଢିଲାଇ ନହିଁ’ । କିନ୍ତୁ ଏବେ ୨୦୨୧ ପାଇଁ ଆମର ମନ୍ତ୍ର ‘ଦବାଇ ଭି, କଡାଇ ଭି’ ହେବା ଉଚିତ୍। ଔଷଧ ସହ କଟକଣା ମଧ୍ୟ ରହିବ ବୋଲି ମୋଦୀ କହିଛନ୍ତି।
The post ଟିକାକରଣ ପୂର୍ବରୁ ୨୦୨୧ ପାଇଁ ମୋଦୀଙ୍କ ମନ୍ତ୍ର : ‘ଦବାଇ ଭି, କଡ଼ାଇ ଭି’ first appeared on Sambad.
from କରୋନା – Sambad https://ift.tt/3huulnO
0 Comments