
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ବରେ ପ୍ରଚଳିତ କୋଭିଡ୍ ଟିକାଗୁଡ଼ିକ ପରିବର୍ତ୍ତିତ ନୂଆ କରୋନା ଭୂତାଣୁ ବିରୋଧରେ ଯଥାରୀତି କାମ ଦେବ। ବ୍ରିଟେନ୍ ଏବଂ ଦକ୍ଷିଣ ଆମେରିକାରେ ପ୍ରଥମେ ଚିହ୍ନଟ ହୋଇଥିନା ଏହି ନୂଆ ପ୍ରଜାତିର କରୋନା ଭୂତାଣୁ ଏବେ ପ୍ରାୟ ୩୦ ରାଷ୍ଟ୍ରରେ ଠାବ ହୋଇସାରିଛି। ତେବେ ଏହାର ମୁକାବିଲା ପାଇଁ ଏବେ ଉପଲବ୍ଧ ସମସ୍ତ ଅଗ୍ରଣୀ ଟିକା କାମ ଦେବ ବୋଲି ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କୋଭିଡ ଟିକାଗୁଡ଼ିକ ଯେଉଁ ଫର୍ମୁଲାରେ ପ୍ରସ୍ତୁତ ହୋଇଛି ତାହା କରୋନାର ଯେ କୌଣସି ନୂଆ ପ୍ରଜାତି ବିରୋଧରେ ଲଢ଼ିବାକୁ ସକ୍ଷମ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ କହିଛନ୍ତି। ପୁରୁଣା ଭୂତାଣୁ ଅପେକ୍ଷା ଏବେ ନୂଆ ଭୂତାଣୁ ଅଧିକ କ୍ଷୀପ୍ର ସଂକ୍ରମଣ କରାଉଛି ଏବଂ ପୂର୍ବରୁ ଯେଉଁ ସତର୍କତା ଅବଲମ୍ବନ କରାଯାଉଥିଲା ତାହାକୁ ହିଁ ଅନୁସରଣ କରିବାକୁ ହେବ ବୋଲି ରାଘବନ କହିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶ ମୁତାବକ ଡିସେମ୍ବର ୯ରୁ ୨୨ ତାରିଖ ମଧ୍ୟରେ ଭାରତ ପହଞ୍ଚିଥିବା ଯେଉଁ ଅନ୍ତର୍ଜାତୀୟ ଯାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବେ ସେମାନଙ୍କ ନମୁନାର ଜିନୋମ୍ ସିକ୍ବେନ୍ସିଂ (ଆନୁବଂଶିକ ଅନୁକ୍ରମ) ହେବ। କରୋନାର ନୂଆ ଜିନୋମ ଲୋକଙ୍କୁ ପୁନଃ କରୋନା ସଂକ୍ରମିତ କରାଉଥିବାରୁ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ସରକାର କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି।
The post ନୂଆ ଭୂତାଣୁ ବିରୋଧରେ ସବୁ କୋଭିଡ୍ ଟିକା କାମ ଦେବ first appeared on Sambad.
from କରୋନା – Sambad https://ift.tt/2JwAT8U
0 Comments