ନୂଆଦିଲ୍ଲୀ: ଦୀର୍ଘ ୬ ମାସ ପରେ ଦେଶରେ ସବୁଠୁ କମ୍‌ ଦୈନିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୬,୪୩୨ ସଂକ୍ରମଣ ଚିହ୍ନଟ ହୋଇଛି। ଦୀର୍ଘ ୧୮୭ ଦିନ ପରେ ଦେଶରେ ଏତେ କମ୍‌ ସଂକ୍ରମଣ ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୧,୦୨,୨୪,୩୦୩ ରହିଛି। ଗତ ଜୁନ୍‌ ୨୫ରେ ଶେଷ ଥର ପାଇଁ ଦେଶର ସଂକ୍ରମଣ ମାମଲା ୧୬,୯୨୨ ଥିଲା। ତେବେ ଚଳିତ ମାସରେ ତୃତୀୟ ଥର ପାଇଁ ଦେଶର‌ ଦୈନିକ ସଂକ୍ରମଣ ମାମଲା ୨୦ ହଜାରରୁ କମ୍‌ ରହିଛି। ବିଗତ ୨୪ ଘଣ୍ଟାରେ ୨୫୨ ଜଣଙ୍କ ମୃତ୍ୟୁ ହୋଇଛି।

The post ୬ ମାସରେ ଦେଶରେ ସବୁଠୁ କମ୍‌ ସଂକ୍ରମଣ first appeared on Sambad.



from କରୋନା – Sambad https://ift.tt/34UPCSn