
ବାରିପଦା : ଜିଲ୍ଲାରେ କରୋନାକୁ ନେଇ ଖୁସି ଖବର ଆସିବାରେ ଲାଗିଛି। ଆଜି ଗୋଟିଏ ଦିନରେ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ୪ ଗୁଣା ରହିଛି। ଆଜି ୨୪ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୬ଜଣ ସୁସ୍ଥ ହୋଇଛନ୍ତି। ଏଥସହିତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩, ୪୧୨ରେ ପହଞ୍ଚିଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୩, ୧୬୯କୁ ବୃଦ୍ଧି ପାଇଛି। ସକ୍ରିୟଙ୍କ ସଂଖ୍ୟା ମଧ୍ୟ ୨୫୬କୁ ଖସିଲାଣି। ତେବେ ଜିଲ୍ଲାରୁ ୮୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
The post ମୟୂରଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କଠାରୁ ୪ ଗୁଣା ସୁସ୍ଥ first appeared on Sambad.
from କରୋନା – Sambad https://ift.tt/37HMMAR
0 Comments