ନୂଆଦିଲ୍ଲୀ,: କରୋନାରେ ସଂକ୍ରମିତ ବ୍ୟକ୍ତିମାନଙ୍କ ଠାରେ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ପ୍ରକାର ଜଟିଳ ସମସ୍ୟା ଦେଖାଦେଉଛି। ଏସବୁ ସମସ୍ୟା ଦୀର୍ଘଦିନ ପାଇଁ ମଧ୍ୟ ରହୁଛି। ଯଦିଓ କରୋନା ଚିକିତ୍ସାରେ ଅନେକ ଅଗ୍ରଗତି ଘଟିଛି ଏବଂ ଟିକା ଆସିବା ଆଶା ଉଜ୍ଜ୍ବଳ ହେବାରେ ଲାଗିଛି ତଥାପି ଲୋକମାନେ ଏହି ମହାମାରୀର ଜଟିଳତା ସଂପର୍କରେ ସଚେତନ ହେବା ଆବଶ୍ୟକ। ଅନ୍ୟାନ୍ୟ ରୋଗ ସହିତ ପୁରୁଷମାନେ ସେମାନଙ୍କ ଯୌନ କ୍ଷମତା ମଧ୍ୟ ହରାଇ ପାରନ୍ତି ବୋଲି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଡେନା ଗ୍ରେସନ ସତର୍କ କରାଇ ଦେଇଛନ୍ତି। ଡାକ୍ତର ଗ୍ରେସନ କହିଛନ୍ତି, ଶରୀରର ଧମନୀରେ କରୋନା ମହାମାରୀ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ। ଏହା ହିଁ ବାସ୍ତବ ଚିନ୍ତାର ବିଷୟ। କେବଳ କରୋନା ଭୂତାଣୁ ଆପଣଙ୍କୁ ମାରିପାରେ ନାହିଁ, ଶରୀରରେ ଆଜୀବନ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି।

The post କରୋନା ପାଇଁ ପୁରୁଷ ହରାଇ ପାରନ୍ତି ଯୌନ କ୍ଷମତା, ସତର୍କ କରାଇଲେ ବିଶେଷଜ୍ଞ first appeared on Sambad.



from କରୋନା – Sambad https://ift.tt/3qBZ8mN