
ଭୁବନେଶ୍ୱର : ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ୨୨୧କୁ ବୃଦ୍ଧି ପାଇଛି। ଯାହାକି ରାଜ୍ୟର ସମୁଦାୟ କରୋନା ମୃତ୍ୟୁର ସାଢ଼େ ୧୨ ପ୍ରତିଶତ। ତେବେ ଖୋର୍ଧା ଜିଲ୍ଲାର ସମୁଦାୟ କରୋନା ମୃତ୍ୟୁର ଏହା ହେଉଛି ୭୩ ପ୍ରତିଶତ। ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ, କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ଏବେ ବି ଗୁରୁତର ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ୩୨ଜଣ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୦,୮୩୪କୁ ବୃଦ୍ଧି ପାଇଛି। ତେବେ ୩୪ଜଣ ରୋଗୀ ସୁସ୍ଥ ହେବା ଫଳରେ ରାଜଧାନୀରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୯୪କୁ ହ୍ରାସ ପାଇଛି।
The post ରାଜଧାନୀରେ କରୋନା ମୃତ୍ୟୁ ୨୨୧କୁ ବୃଦ୍ଧି first appeared on Sambad.
from କରୋନା – Sambad https://ift.tt/36Di2BA
0 Comments